www.samajalive.in
Saturday, December 6, 2025
16.1 C
Bhubaneswar

ମୁମ୍ବାଇରେ ରେମଡେସିଭିର ଅଭାବ; ସଂକ୍ରମଣ ବଢ଼ିଲେ ଅଣାୟତ୍ତ ହେବ ସ୍ଥିତି

ମୁମ୍ୱାଇ : ଭାରତରେ ସଂକ୍ରମଣ ସଂଖ୍ୟା ଦିନକ ଅଧଲକ୍ଷ ପାଖାପାଖି ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ଦିନକୁ ୭୦୦ ଟପିଲାଣି । ଏପରି କ୍ଷେତ୍ରରେ ଡ଼ାକ୍ତରଖାନାରେ ରୋଗୀଙ୍କ ଭର୍ତି ହେବା ସଂଖ୍ୟା ବଢ଼ିଛି; କିନ୍ତୁ କିଛି ସ୍ଥାନରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ଔଷଧ ରେମଡ଼େସିଭିର ଅଭାବ ଦେଖା ଦେଇଛି ।

ସାରା ଦେଶରେ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ମୃତକଙ୍କ ମଧ୍ୟରୁ ୪୦% ରୁ ଅଧିକ ମହାରାଷ୍ଟ୍ର ରାଜ୍ୟରୁ ଆସିଛି।ମାତ୍ର ଏହି ରାଜ୍ୟରେ ଏବେ କରୋନା ଔଷଧର ଅଭାବ ପରିଲକ୍ଷିତ ହୋଇଛି । ପଶ୍ଚିମ ମହାରାଷ୍ଟ୍ରର ଜଣେ ଔଷଧ ନିୟାମକ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାତ୍ର ସୀମିତ ଔଷଧ ଯୋଗାଣ ଆମ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ ଔଷଧ କମ୍ପାନୀମାନେ ସପ୍ତାହକ ମଧ୍ୟରେ ଅଧିକ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

- Advertisement -

ଆମେରିକାର  ଗିଲିଆଡ୍ ସାଇନ୍ସସ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ରେମଡେସିଭର୍, ମହାମାରୀ ମଧ୍ୟରେ ବିଶ୍ୱରେ ଅଧିକ ଚାହିଦା ରହିଛି । ମେ ଏବଂ ଜୁନ୍ ମାସରେ ଗିଲିଆଡ୍ ଭାରତର ୩ଟି ଏବଂ ତିନୋଟି ବିଦେଶୀ କମ୍ପାନୀକୁ ୧୨୭ ବିକାଶଶୀଳ ଦେଶରେ ଔଷଧର ଜେନେରିକ୍ ସଂସ୍କରଣ ପ୍ରସ୍ତୁତ ଏବଂ ବିକ୍ରୟ କରିବାକୁ ଅନୁମତି ଦେଇଛି। ଭାରତରେ କାର୍ଯ୍ୟ କରୁଥିବା ହେଟେରୋ ଲ୍ୟାବ ଲିମିଟେଡ୍, ସିପ୍ଲା ଏବଂ ମାଇଲାନ୍ ଏନଭି ଏ ପର୍ଯ୍ୟନ୍ତ ଔଷଧ  ଯୋଗାଣ ଆରମ୍ଭ କରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟମାନେ ନିୟାମକ ଅନୁମୋଦନକୁ ଅପେକ୍ଷା କରିଛନ୍ତି । ଏପରି କ୍ଷେତ୍ରରେ ଏହି ଔଷଧର ତୁରନ୍ତ ଉତ୍ପାଦନ ବୃଦ୍ଧି ନିମନ୍ତେ ସେପରି କିଛି ସହଜ ଉପାୟ ନାହିଁ । ତେଣୁ ଯେଉଁମାନେ ଏହି ସାମଗ୍ରୀ କଳାବଜାର କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ସରକାର ଚେତାବନୀ ଦେଇଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories