www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମୁକାବିଲା : ଖୁବ୍‍ ଶୀଘ୍ର ବଜାରକୁ ଆସିବ ସିପ୍ଲାର‘ଫାବିପିରାଭିର୍‍’

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସିପ୍ଲା କମ୍ପାନୀ ପକ୍ଷରୁ ଭୂତାଣୁ  ପ୍ରତିଶେଧକ ଔଷଧ ‘ଫାବିପିରାଭିର୍‍’ ଖୁବ୍‍ ଶୀଘ୍ର ବଜାରକୁ ଆସିବ। ସାମାନ୍ୟ ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଫ୍ଲାଭିପିରାଭିର୍‍ ଉପାଦେୟ ହେବ ବୋଲି ଗବେଷକମାନେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ପରିଷଦ(ସିଏସ୍‍ଆଇଆର୍‍)ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସିପ୍ଲା କମ୍ପାନୀକୁ ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ସିଏସ୍‍ଆଇଆର୍‍ ଜ୍ଞାନକୌଶଳ ପ୍ରଦାନ କରିଛି। ସିଏସ୍‍ଆଇଆର୍‍ ଅଧୀନସ୍ଥ ଇମ୍ପେରିଆଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲିନିକାଲ୍ ରିସର୍ଚ୍ଚ ବା ଆଇଆଇସିଆର୍‍ର ନିର୍ଦ୍ଦେଶକ ଡକ୍ଟର ଏସ୍‍. ଚନ୍ଦ୍ରଶେଖର କହିଛନ୍ତି, କୋଭିଡ୍‍-୧୯ ଭୂତାଣୁ ପ୍ରତିଶେଧକ ଔଷଧ ପ୍ରସ୍ତୁତିପାଇଁ ସିପ୍ଲାକୁ ଉନ୍ନତ ଓ ସ୍ୱଳ୍ପ ବ୍ୟୟର ଜ୍ଞାନକୌଶଳ ପ୍ରଦାନ କରାଯାଇଥିବାରୁ ଅଳ୍ପ ସମୟ ମଧ୍ୟରେ ବିପୁଳ ପରିମାଣର ଔଷଧ ପ୍ରସ୍ତୁତ କରାଯାଇପାରିବ।

ସିଏସ୍‍ଆଇଆର୍‍ର ମହାନିର୍ଦ୍ଦେଶକ ଡକ୍ଟର ଶେଖର ମାଣ୍ଡେ କହିଛନ୍ତି, କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବାପାଇଁ
ଆବଶ୍ୟକ ସାମଗ୍ରୀ ବିକଶିତ କରିବା ସକାଶେ ସିଏସ୍‍ଆଇଆର୍‍ ବିଭିନ୍ନ କମ୍ପାନୀ ସହିତ ସମ୍ପର୍କରେ ରହିଛି। ସିପ୍ଲା ସହିତ ଭାଗିଦାରୀରେ ଫାଷ୍ଟଟ୍ରାକ୍‍ ବ୍ୟବସ୍ଥା ମଧ୍ୟରେ କୋଭିଡ୍‍-୧୯ର ମୁକାବିଲା ପାଇଁ ସିଏସ୍‍ଆଇଆର୍‍ର ବଦ୍ଧପରିକର ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories