www.samajalive.in
Sunday, December 7, 2025
14.1 C
Bhubaneswar

ଆଗାମୀ ଦିନରେ କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

– ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ
– କରୋନା ସଚେତନତା ବାର୍ତା ସବୁଠୁ ତଳ ସ୍ତରରେ ପହଁଚୁ
– ଭୟଭୀତ ନହୋଇ କରୋନାର ମୁକାବିଲା କରିବା ଜରୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ସଚେତନତା ପରିପ୍ରେକ୍ଷୀରେ ମଙ୍ଗଳବାର ଇସ୍ପାତ୍‍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “କରୋନା ସମୟରେ କାର୍ଯ୍ୟଶୈଳି” ଶୀର୍ଷକ ୱେବିନାରରେ ଯୋଗଦେଇ ଆଗାମୀ ଦିନରେ ଥିବା କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱରେ କରୋନା ମହାମାରୀ ଦୃଶ୍ୟପଟ୍ଟରେ କାର୍ଯ୍ୟର ରୂପରେଖ ବଦଳିଛି। ଏହି ଆହ୍ୱାନମୂଳକ ସମୟରେ ସମସ୍ତଙ୍କୁ ମିଳିମିଶି କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି। କରୋନା ସଚେତନତା ବାର୍ତା ତଳରୁ ତଳ ସ୍ତର ପର୍ଯ୍ୟନ୍ତ ପହଁଚାଇବା ପାଇଁ ନିରନ୍ତର ପ୍ରସ୍ତୁତି କରିବା ସହ ଉଭୟ ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଷ୍ଟ୍ର ଇସ୍ପାତ୍‍ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହି ଅବସରରେ କରୋନା ମୁକାବିଲାରେ ଇସ୍ପାତ୍‍ ସିପିଏସଇର ଭୂମିକା ଉପରେ ଆଲୋକପାତ କରିବା ସହ କହିଥିଲେ ଯେ କରୋନା ସମୟରେ ଲୋକଙ୍କୁ
ଅଧିକରୁ ଅଧିକ ସଚେତନତା କରିବାର ଆବଶ୍ୟକତା ରହିଛି। ଭାରତ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସାଂପ୍ରତିକ ସମୟରେ ଗ୍ରାମୀଣ ଅଂଚଳରେ ବସବାସ କରୁଥିବା ବିଶେଷଭାବରେ ଜନଜାତିଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ସଚେତନତା କରିବା ଦରକାର ବୋଲି ଶ୍ରୀ କୁଲସ୍ତେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ଋଣଦୀପ ଗୁଲେରିଆ କହିଛନ୍ତି କରୋନା ଭାଇରସ ମାନବଜାତି ପାଇଁ ନୂଆ ଅଟେ। ତେଣୁ ଲୋକମାନଙ୍କୁ କୋରନା ମହାମାରୀ ପ୍ରତି ଯଥେଷ୍ଟ ସଚେତନତା ଅବଲମ୍ବନ କରିବାର ଆବଶ୍ୟକ ରହିଛି। ଆଗାମୀ କିଛି ଦିନ ଧରି ସମସ୍ତଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନର କାର୍ଯ୍ୟଶୈଳି ସହ ବଂଚିବାକୁ ପଡିବ। ଡା. ଗୁଲେରିଆ କହିଛନ୍ତି ଲୋକମାନେ କରୋନା ଲକ୍ଷଣ ଅନୁଭବ କରୁଥିଲେ ନିଜକୁ ସଂଗରୋଧ କରିବା
ଜରୁରୀ। କାମ କରୁଥିବା ସ୍ଥାନ କିମ୍ବା ରହୁଥିବା ସ୍ଥାନରେ ଭେଂଟିଲେସନ ବା ବାୟୁ ଚଳପ୍ରଚଳ ଠିକ୍‍ ଭାବେ ହେବା ଦରକାର। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ପାଇଁ ଭାରତ ସମେତ ବିଶ୍ୱର ସବୁ ଦେଶ ଉଦ୍ୟମ ଜାରୀ ରଖିଛନ୍ତି। ଲୋକମାନେ ଭୟଭୀତ ନହୋଇ କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗୁଲେରିଆ ମତପୋଷଣ କରିଛନ୍ତି।
ଏହି ୱେବିନାର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଳାୟର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ,ଏମଡିଏନଆଇୱାଇ ଓ ଇସ୍ପାତ୍‍ ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories