www.samajalive.in
Tuesday, December 9, 2025
15.1 C
Bhubaneswar

ପିତାର ମୃତଦେହ ନେବାକୁ ଆସିଲାନି ପୁଅ, ସତ୍କାର କଲା ସ୍ବେଚ୍ଛାସେବୀ ସଂଗଠନ

ବଲାଙ୍ଗିର: ପିତା ମରିଯିବା ଖବର ପାଇବା ପରେ ତାଙ୍କର ମୃତଦେହ ନେବାକୁ ପୁଅ ଆସିଲା ନାହିଁ। ସ୍ବେଚ୍ଛାସେବୀ ସଂଗଠନ ମୃତଦେହକୁ ନେଇ ଗଁାକୁ ଗଲା। ସେଠାରେ ପୁଅକୁ ବୁଝାସୁଝା କରିବା ପରେ ସ୍ବେଚ୍ଛାସେବୀ ସଂଗଠନ ତାଙ୍କ ପିତାଙ୍କ ଶବ ସତ୍କାର କଲା। ଏଭଳି ଘଟଣାକୁ ନେଇ ବଲାଙ୍ଗିର ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି।
ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ)ରେ ଅସହାୟ ଶବକୁ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ତିନି ଦିନ ପୂର୍ବରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନଅଗାଁ(ଖ)ର ନିତ୍ୟାନନ୍ଦ ଦାସଙ୍କ ସୋମବାର ମୃତ୍ୟୁ ହୋଇଥିଲା। ସମ୍ପର୍କିୟ କେହି ନଆସିବାରୁ ତାଙ୍କ ମୃତଦେହକୁ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସତ୍କାର କରାଯାଇଥିଲା।
ସୂଚନା ଅନୁସାରେ ଗତ ତିନି ଦିନ ପୂର୍ବରୁ ଆଗଲପୁର ବ୍ଲକ ନଅଗାଁ(ଖ)ର ନିତ୍ୟାନନ୍ଦ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ସ୍ତ୍ରୀ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ନିତ୍ୟାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଲୋଇସିଂହାରୁ ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ତ୍ରୀ ନିତ୍ୟାନନ୍ଦଙ୍କ ପାଖରେ ଏକୁଟିଆ ରହୁଥିବାରୁ ସ୍ବାମୀଙ୍କ ମୃତଦେହ ସତ୍କାର ପାଇଁ ସ୍ବେଚ୍ଛାସେବୀ ସଂଗଠନ ‘ବିଂଗ୍‌ ହ୍ୟୁମାନ ଫାଉଣ୍ଡେସନ’ କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏହାପରେ ‘ବିଂଗ୍‌ ହ୍ୟୁମାନ ଫାଉଣ୍ଡେସନ’ର ସଦସ୍ୟମାନେ ନିତ୍ୟାନନ୍ଦଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ସୋମବାର ନିତ୍ୟାନନ୍ଦଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ନିତ୍ୟାନନ୍ଦଙ୍କ ପୁଅମାନେ ଘରୁ ଅଲଗା ରହୁଛନ୍ତି। ବାପାଙ୍କ ମୃତ୍ୟୁ ହୋଇଥିବା ଖବର ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅମାନଙ୍କ ମଧ୍ୟରେ ଶବ ନେବା ପାଇଁ କେହି ଆସିନଥିଲେ। ଫଳରେ ଆମ୍ବୁଲାନ୍ସ ସାହାଯ୍ୟରେ ‘ବିଂଗ୍‌ ହ୍ୟୁମାନ ଫାଉଣ୍ଡେସନ’ର ସଦସ୍ୟମାନେ ନିତ୍ୟାନନ୍ଦଙ୍କ ଗ୍ରାମକୁ ତାଙ୍କ ଶବ ନେଇଥିଲେ। ସେଠାରେ ତାଙ୍କ ବଡପୁଅକୁ ବୁଝାସୁଝା ପରେ ତାଙ୍କ ସହ ମିଶି ସ୍ୱର୍ଗତ ନିତ୍ୟାନନ୍ଦଙ୍କ ମୃତଦେହକୁ ସତ୍କାର କରିଥିଲେ।
ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ବ୍ରଜଗୋପାଲ ସିଂ, ପ୍ରିତମ ବରାଡ, ଦିଲୀପ ଛତ୍ରିଆ, ବାପିନା ମହାରଣା, ଶୁଭ୍ରାନ୍ତ ନନ୍ଦ, ବିଙ୍ଗହ୍ୟୁମାନ ଫାଉଣ୍ଡେସନର ଆଗଲପୁର ଶାଖାର ସଂଯୋଗ ସାହୁ, ବୁଦ୍ଧଦେବ ସାହୁ, ସୁଜିତ କର୍ଣ୍ଣ, ମନୋଜ ସାହୁ ପ୍ରମୁଖ ନିତ୍ୟାନନ୍ଦଙ୍କ ଶବ ସତ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories