www.samajalive.in
Wednesday, December 10, 2025
18.1 C
Bhubaneswar

ଚଳିତ ବର୍ଷ ଓଡିଶାରେ ପ୍ରଥମ ତିନି ମାସରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଲା ଜିଓ : ଟ୍ରାଇ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ରିଲାଏନ୍ସ ଜିଓ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ଯୋଡି ଓଡ଼ିଶା ବଜାରରେ ନିଜର ଆଧିପତ୍ୟ ଜାରି ରଖିଛି ।
ଡିସେମ୍ବର ୨୦୧୯ରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ତଥା ରାଜସ୍ୱର ସର୍ବାଧିକ ଅଂଶ ହାସଲ କରିବା ସହିତ ବଜାର ନେତୃତ୍ୱ କ୍ଷେତ୍ରରେ ୧ନମ୍ବର ସ୍ଥାନ ହାସଲ କରିଥିବା ରିଲାଏନ୍ସ ଜିଓ ୨୦୨୦ବର୍ଷର ପ୍ରଥମ ତିନି ମାସରେ ରାଜ୍ୟରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଥିବା ଜଣାପଡିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏହି ତିନି ମାସରେ ମିଳିତ ଭାବେ ଛଅ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ହରାଇଛନ୍ତି ।
ମାର୍ଚ୍ଚ ୨୦୨୦ରେ, ରିଲାଏନ୍ସ ଜିଓ ଓଡିଶାରେ ସର୍ବାଧିକ ପସନ୍ଦ ଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଭାବେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବାବେଳେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏହି ମାସରେ ଲକ୍ଷାଧିକ ଉପଭୋକ୍ତାଙ୍କୁ ହରାଇଛନ୍ତି । ଜିଓ ବ୍ୟତୀତ କେବଳ ବିଏସ୍‌ଏନ୍‌ଏଲ୍ ଏହି ମାସରେ ୫୨୦୦୦ ଗ୍ରାହକ ଯୋଡିଥିବାବେଳେ ଭୋଡାଫୋନ୍ ଆଇଡିଆ ୧.୮୩ ଲକ୍ଷ ହରାଇଛି ଏବଂ ଭାରତୀ ଏୟାରଟେଲ ୧.୦୭ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟରେ କୁହାଯାଇଛି ।
ଏହି ମାସରେ ଓଡିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୭,୫୯୫ ହ୍ରାସ ଘଟିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩୧,୨୦୨୦ ସୁଦ୍ଧା ଓଡିଶାରେ ରିଲାଏନ୍ସ ଜିଓ ଏକ କୋଟି ପଚିଶ ଲକ୍ଷ ପନ୍ଦର ହଜାର ଶହେ ସତତିରିଶି (୧,୨୫,୧୫,୧୩୭) ଗ୍ରାହକ ଏବଂ ୩୭.୫୫% ଗ୍ରାହକ ବଜାର ଅଂଶ ସହିତ ମୋବାଇଲ ବଜାରରେ ଅଗ୍ରଣୀ ରହିଛି । ସର୍ବବୃହତ ୪ଜି ନେଟୱର୍କ, ଏପର୍ଯ୍ୟନ୍ତ ସଂଯୋଗ ହୋଇନଥିବା ରାଜ୍ୟର ଆଭ୍ୟନ୍ତରୀଣ ଇଲାକାରେ ଏହାର ୪ଜି ନେଟୱାର୍କ ସଂପ୍ରସାରଣ, ଜିଓ ଟିଭି ଓ ଜିଓ ସିନେମା ଭଳି ପ୍ରିମିଅମ୍ ଆପ୍‌ଗୁଡିକର ବଢୁଥିବା ଲୋକପ୍ରିୟତା ଏବଂ ଗ୍ରାମାଂଚଳ ତଥା ମଧ୍ୟମ ସହରାଚଂଳରେ ସୁଲଭ ମୂଲ୍ୟରେ \’ଜିଓଫୋନ୍ – ଇଣ୍ଡିଆ କା ସ୍ମାର୍ଟଫୋନ୍‌\’ର ଚାହିଦା ବୃଦ୍ଧି ଦ୍ୱାରା ଜିଓ ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ଏବଂ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ଜାତୀୟ ସ୍ତରରେ ମଧ୍ୟ ଜିଓ ପ୍ରାୟ ୪୭ ଲକ୍ଷ ନୂତନ ଗ୍ରାହକ ଯୋଡ଼ି ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories