www.samajalive.in
Thursday, December 11, 2025
16.1 C
Bhubaneswar

ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମ ପାଳନ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

- Advertisement -

ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ। ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବ୍ୟକତା ରହିଛି । ଓଡିଆରେ ଏକ ଉକ୍ତି ଅଛି ଖା, ଭୁଞ୍ଜ୍‍ ଓ ଗିଳ୍‍ । ଲୋକଙ୍କ ଠାରେ ତିନୋଟି ଶବ୍ଦର ପ୍ରୟୋଗ ତିନି ପ୍ରକାରର ପ୍ରତିକ୍ରିୟା ପରିଲକ୍ଷିତ ହୁଏ । ତେଣୁ କେଉଁ ସମୟରେ କେଉଁ ଶବ୍ଦ ପ୍ରୟୋଗ କରାଯିବ ସେଥିପ୍ରତି ସଚେତନ ହେବା ଦରକାର। ବିଶେଷ ଭାବରେ ଯେଉଁମାନେ ନିୟମ ପାଳନ କରେଇବା ଦାୟିତ୍ୱରେ ଅଛନ୍ତି ତଥା ବ୍ୟବସ୍ଥାରେ ଥିବା ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସାମାଜକୁ ବୁଝାଇବା କାମରେ ଲାଗିବାର ଆବଶ୍ୟକତା ରହିଛି । ବ୍ୟବସ୍ଥାରେ ଥିବା ଅଧିକାରୀ ମାନେ ଲୋକଙ୍କୁ ଏହପରି ଏକ କଠିନ ସମୟରେ ବୁଝାଇବା ସହ ପରାମର୍ଶ ଦେବା ଦରକାର। ଏହା ସେମାନଙ୍କ ପାଇଁ ବଡ଼ ଦାୟିତ୍ୱ ହେବା ଦରକାର। କାରଣ ଥରେ ସମାଜରେ ଅବିଶ୍ୱାସ ଏବଂ ଅସନ୍ତୋଷର ବାତାବରଣ ତିଆରି ହେଲେ ମୂଳ କଥାକୁ ଭୁଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର । ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁନିସିପାଲଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‍ ଡ଼ାଉନ୍‍ ଘୋଷଣା କରିଛନ୍ତି । ଏହି ଅଞ୍ଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସହଯୋଗ କରିବା ଦରକାର। ଅତୀତରେ ଓଡ଼ିଆ ଜାତି ବିପତ୍ତି ସମୟରେ ଅସୀମ ସାହାସ ଓ ଧୈର୍ଯ୍ୟ ଦେଖାଇ ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପ୍ରେରଣା ସମସ୍ତଙ୍କ ସାଥୀରେ ରହିଛି । ସଂଯମତା ଓ ଆବେଗର ନୂଆ ରାସ୍ତାର ବଡ଼ ଉଦାହରଣ ହେଲା ଚଳିତବର୍ଷର ରଥଯାତ୍ରା। ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ଦୃଢ ବିଶ୍ୱାସ ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି।

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories