www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରେମିକାକୁ ନଦୀକୁ ଠେଲିଦେଲା ପ୍ରେମିକ

ଧର୍ମଗଡ: ଲୁଚି ଲୁଚି ପ୍ରେମ କରୁଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ; ପାଞ୍ଚ ବର୍ଷ କାଳ ସଂପର୍କ ଥିଲା। ସେଇ ସଂପର୍କ ଭରସାରେ ପ୍ରେମିକକୁ ବିଶ୍ୱାସ କରି ଝିଅ ଘରୁ ଗୋଡ କାଢ଼ିଥିଲା। ୯ମାସ କାଳ ସ୍ୱାମୀସ୍ତ୍ରୀର ପରିଚୟ ଦେଇ ଟିଟିଲାଗଡ, ସିନ୍ଦେକେଲା ଆଦି ଅଞ୍ଚଳରେ ରହିଲେ। କିନ୍ତୁ ପ୍ରେମିକର ମନ ଭାଙ୍ଗିଗଲା। ଝିଅକୁ ମାରି ଦେବାକୁ ଯୋଜନା କରି ଗାଁକୁ ଫେରିଯିବା ବାହାନାରେ ଡାକି ପୋଲ ଉପରୁ ନଦୀକୁ ଠେଲି ଦେଲା। ନଦୀରେ କମ ପାଣି ଥିବାରୁ ଝିଅଟି ବଞ୍ଚିଗଲା। ଗୋଲାମୁଣ୍ଡା ବ୍ଳକରେ ପ୍ରେମ ପ୍ରତାରଣାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ କେଗାଁ ଥାନା ଖଲିଆପାଲି ଗ୍ରାମର ଚିତ୍ରସେନ ଚଲାନଙ୍କ ପୁତ୍ର ଡୋଲାମଣି ମିରମିର ଗ୍ରାମର ଜଣେ ଯୁବତୀକୁ ଭଲ ପାଉଥିଲେ। ଚିତ୍ରସେନ ବିବାହିତ ଥିଲେ ମଧ୍ୟ ଯୁବତୀକୁ ପ୍ରେମ ଜାଲରେ ଫସାଇ ରଖିଥିଲା। ପାଞ୍ଚ ବର୍ଷ କାଳ ଏମାନଙ୍କ ସଂପର୍କ ଥିଲା। ଉଭୟେ ଘରୁ ଫେରାର ହୋଇ ବଲାଙ୍ଗିର ଜିଲା ଅନ୍ତର୍ଗତ ଟିଟିଲାଗଡ ଓ ସିନେ୍ଧକେଲା ଅଞ୍ଚଳରେ ଘର ଭଡା କରି ରହୁଥିଲେ। ଡୋଲାମଣି ଭଡା ଘରେ ଝିଅକୁ ଏକୁଟିଆ ଛାଡି ଖଲିଆପାଲିରେ ନିଜ ପରିବାର ସହିତ ରହୁଥିଲା। ଭଡା ଘରେ ଏକୁଟିଆ ରହିବାକୁ ମନା କରିବାରୁ ଡୋଲାମଣି ଝିଅକୁ ମାଡ ମାରୁଥିଲା ବୋଲି ଅଭିଯୋଗ ହୋଇଛି। ଗତ ୧୪ ତାରିଖ ଦିନ ଡୋଲାମଣି ଯୁବତୀକୁ ଗାଁକୁ ଫେରି ଯିବାକୁ କହିବାରୁ ଉଭୟେ ଗାଁକୁ ବାହାରିଥିଲେ। ଉଭୟେ ମହାଲିଙ୍ଗ ପଞ୍ଚାୟତ ବେତରାଜପାଲିରେ ରହିଥିଲେ। ରାତି ୧୧ଟାରେ ଗାଁକୁ ଫେରିବା ପାଇଁ ବାଇକ ଯୋଗେ ବାହାରିଥିଲେ। କିନ୍ତୁ ଡୋଲାମଣି ବାଇକକୁ ଭାଟିପଡା ଓ ସିନାପାଲି ମଧ୍ୟରେ ଥିବା ଉଦନ୍ତୀ ନଦୀ ପୋଲ ଉପରେ ରଖିଥିଲା। ଡୋଲାମଣି ଯୁବତୀର ଶାଢ଼ି ଟାଣି ହାତକୁ ପଛପଟୁ ବାନ୍ଧି ନଦୀ ଭିତରକୁ ଠେଲି ଦେଇଥିଲା। ନଦୀରେ କମ ପାଣି ଥିବାରୁ ଯୁବତୀ ଜଣକ କୌଣସି ମତେ ବାହାରି ନିକଟସ୍ଥ ସିନାପାଲି ଆସି ସୁବନ ରଣାଙ୍କ ଘର କବାଟ ବାଡେଇଥିଲେ । ଝିଅ ପାଖରୁ ସବୁ ଘଟଣା ଶୁଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏ ସମ୍ପର୍କରେ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ୟପକ୍ଷରେ ପ୍ରତାରକ ପ୍ରେମିକ ଡୋଲାମଣି ଫେରାର ହୋଇ ଯାଇଥିବା ପ୍ରକାଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories