ମୁମ୍ବଇ: କରୋନା ଭୂତାଣୁ ସଂକ୍ରମିତ ହୋଇ ହୋମ କ୍ବାରେଣ୍ଟାଇନରେ ଥିବା ବଲିଉଡ ଅଭିନେତ୍ରୀ ଐଶ୍ବର୍ୟ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ଶୁକ୍ରବାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କୁ ମୁମ୍ବଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁଲାଇ ୧୨ରେ ଉଭୟଙ୍କର ସ୍ବାବ ନମୁନା ପଜିଟିଭ୍ ରହିଥିବାବେଳେ କୌଣସି ଲକ୍ଷଣ ନଥିଲା। ଫଳରେ ଉଭୟ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ। ମାତ୍ର ଶୁକ୍ରବାର ଉଭୟ ଶ୍ବାସକ୍ରିୟାରେ ଜଟିଳତା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ଐଶ୍ବର୍ୟ୍ୟାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ଓ ଶ୍ବଶୁର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଐଶ୍ଵର୍ଯ୍ୟାଙ୍କୁ ପ୍ରଶ୍ଵାସ କଷ୍ଟ, ଆରାଧ୍ୟାଙ୍କୁ ଜ୍ଵର; ହୋମ କ୍ବାରେଣ୍ଟାଇନରୁ ଗଲେ ଡ଼ାକ୍ତରଖାନା
Popular Categories



