www.samajalive.in
Monday, December 8, 2025
13.1 C
Bhubaneswar

ବିଜେପୁରରେ ଲକ୍ଷାଧିକ ଟଙ୍କାର ମାଦକ ଦ୍ରବ୍ୟ ଜବତ, ୩ ଗିରଫ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ବିଜେପୁର ଥାନା ଅଞ୍ଚଳରୁ ପ୍ରାୟ ୨ଲକ୍ଷ ୫୦ହଜାର ମୂଲ୍ୟର ନିଶା ଔଷଧ, ଇଞ୍ଜେକ୍‍ସନ୍‍ ଓ ମାଦକଦ୍ରବ୍ୟ ଜବତ ସାଙ୍ଗକୁ ଏହି ଘଟଣାରେ ୩ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏକ ବୋଲେରୋ ଓଆର୍‍୧୭ଏଫ୍‍୪୧୯୬ରେ ୯୦୦୦ ନିଶା ବଟିକା, ୨୫୦୦ ନିଶା ଇଞ୍ଜେକ୍‍ସନ୍‍, ୫ଲିଟର କୋରେକ୍ସ ଧରି ପଦ୍ମପୁର ଅଭିମୁଖେ ଆସୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଦୀପ ସାହୁ, ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିଜେପୁର ଧାନା ଅଧିକାରୀ ରାଜେନ୍ଦ୍ର କୁମାର ଶିଅଲ୍‍, ସବ୍‍ ଇନ୍‍ସପେକ୍ଟର ସୌମ୍ୟରଞ୍ଜନ ପାତ୍ର, ସୁନିତ୍‍ ଦୋର ପ୍ରମୁଖ ଏମ୍‍.ଗଣ୍ଡପାଲି ନିକଟସ୍ଥ ବାବାମଠାରେ ବୋଲେରୋକୁ ଅଟକାଲଇଥିଲେ। ସେଥିରେ ପଦ୍ମପୁରର ଆଲୋକ ଦାଶ, ସଚୀନ୍‍, ପ୍ରଦୀପ ସାହୁ ଓ ସମ୍ବଲପୁରର ତାରକାନାଥ ଦେ’ ଥିଲେ। ସେମାନେ ପ୍ରାୟ କଲିକତାରେ ନିଶା ଦ୍ରବ୍ୟ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ପ୍ରକାଶ କରିଥିଲେ। ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାିଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories