www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ପରୀକ୍ଷା ପାଇଁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଖୋଲିଲା ସ୍ୱାବ ସଂଗ୍ରହ କେନ୍ଦ୍ର

ସାକ୍ଷୀଗୋପାଳ : ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ପରୀକ୍ଷା ନିମନ୍ତେ ଶୁକ୍ରବାର ଆବଶ୍ୟକ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସାକ୍ଷୀଗୋପାଳ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସକ ଡାକ୍ତର ବିଶ୍ୱଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହା ଖୋଲା ଯାଇଛି। ଏହାସହ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଛି। ଆଜି ୨୦ ଜଣଙ୍କର ସ୍ୱାବ ସଂଗ୍ରହ ହୋଇଛି।
ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଅଛି ବୋଲି ଜଣାପଡିଛି। ଲାବ୍ରୋଟୋରୀ ଟେକନିସିଆନ ହେମନ୍ତ ପ୍ରଧାନ ଓ ସୁଦର୍ଶନ ସାହୁ ନିୟମିତ ସ୍ୱାବ ସଂଗ୍ରହ କରିବେ।
ସୂଚନା ଯୋଗ୍ୟ, ପୂର୍ବରୁ ଏହି ଅଞ୍ଚଳର କରୋନା ସନ୍ଦିଗ୍ଧ ରୋଗୀମାନେ ଆବଶ୍ୟକ ସ୍ୱାବ ପରୀକ୍ଷା କରିବା ନିମନ୍ତେ ପୁରୀ ଯାଉଥିଲେ। ନଚେତ ପୁରୀରୁ ଲାବ୍ରୋଟୋରୀ ଟେକନିସିଆନ ଆସି ସ୍ୱାବ ସଂଗ୍ରହ କରୁଥିଲେ। ଫଳରେ ବିଳମ୍ବ ଘଟୁଥିଲା।  ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିବା ଜଣା ପଡିବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଅଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories