www.samajalive.in
Monday, December 8, 2025
27.1 C
Bhubaneswar

ଗୋରୁଗାଡ଼ି ଅଟକ ବେଳେ ପୁଲିସ ସହ ଧସ୍ତାଧସ୍ତି, ୮ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ରାତିଅଧିଆ ଗୋରୁ ଚାଲାଣ କରାଯାଉଥିବା ଖବରପାଇ ପୁଲିସ ଚଢ଼ଉ କରିଛି। ବାଲେଶ୍ୱରର ଖଇରା ଅଞ୍ଚଳରୁ ମୟୂରଭଞ୍ଜ ଜିଲାର ବୈଶିଙ୍ଗାକୁ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇବା ପରେ ଚଢ଼ଉ ହୋଇଥିଲା। ଏହି ସମୟରେ ପୁଲିସ ସହ ଗୋରୁ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ୮ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଗାଡ଼ିକୁ ନୀଳଗିରି ପୁଲିସ ଜବତ କରିଛି।

ପଞ୍ଚଲିଙ୍ଗେଶ୍ୱର-ନୀଳଗିରି ରାସ୍ତାରେ ଏକ ପିକଅପରେ ୧୪ଟି ଗୋରୁଙ୍କୁ ବୋଝେଇ ହୋଇ ଆସୁଥିବା ଖବରପାଇ ନୀଳଗିରି ଥାନା ସବଇନ୍ସପେକ୍ଟର ଗଣେଶ ଚନ୍ଦ୍ର ତ୍ରିପାଠୀ ସୋମବାର ରାତି ପ୍ରାୟ ୨ଟା ସମୟରେ ବାଉଁଶବଣିଆ ଛକ ନିକଟରେ ଚଢ଼ଉ କରିଥିଲେ। ଏତିକି ବେଳେ ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ିରେ ୬ଜଣ ଯୁବକ ସେଠାରେ ପହଞ୍ଚି ପୁଲିସ ସହ ଧସ୍ତାଧସ୍ତି କରି ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଖବରପାଇ ପୁଣି ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୁଲିସଫୋର୍ସ ମୁତୟନ କରାଯାଇଥିଲା। ଘଟଣା ସ୍ଥଳରୁ ପିକ୍‍ଅପ, ଏକ୍ସୟୁଭି କାର, ଗୋଟିଏ ଷ୍ଟିଲ ରଡ଼, ଗୋଟିଏ ଷ୍ଟମ୍ପ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ୧୪ଟି ଗୋରୁଙ୍କୁ ବାଲେଶ୍ୱର ବାମପଦାସ୍ଥିତ ମା’ ଭାରତୀ ଗୋଶାଳା କେନ୍ଦ୍ରରେ ଥଇଥାନ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖଇରା ଥାନା ସାହାଣପୁର ନିକଟ ମୁସ୍ତାଫାବାଦ ଅଞ୍ଚଳର ପିକ୍‍ଅପ ଚାଳକ ନିଜାମ ଖାଁ, ହେଲପର ରବାନି ଖାଁ, ଏକ୍ସୟୁଭି ଚାଳକ ମେହେବୁବ୍‍ ଖାଁ, ହେମନ୍ତ ମହାନ୍ତି, ବାବୁ ଓରଫ ସାହିଦ ଖାଁ, ଫକୁରୁଦ୍ଦିନ ଖାଁ, ଉସମାନ ଖାଁ ଓ ସାହିଦ ଖାଁ। ଏହି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଫିସର ତଥା ନୀଳଗିରି ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂ କହିଛନ୍ତି। ସୂଚନା ଯେ, ଏହି ଗୋରୁଗାଡ଼ିଟି ଖଇରାରୁ ପଶ୍ଚିମବଙ୍ଗ ଚାଲାଣ କରାଯିବା ଉଦେଶ୍ୟରେ ନିଆଯାଉଥିଲା। ଏଥିନେଇ ନୀଳଗିରି ପୁଲିସ ପକ୍ଷରୁ କ୍ରୁଏଲିଟି ଆନିମଲ ଆକ୍ଟ ୧୯୬୦ ଏବଂ ୭ ଅଫ୍‍ ଓଡ଼ିଶା କାଓ ସ୍ଲୁଟର ଆକ୍ଟମୂଳେ ଏକ ମାମଲା ରୁଜୁ କରାଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories