www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ଭୂତାଣୁର ଷ୍ଟେବୁଲ୍‍ କଲ୍‍ଚର୍‍ ପ୍ରତିପାଦନରେ ସଫଳ ହେଲା ଆଇଏଲ୍‍ଏସ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ୱାୟତ୍ତ ସଂସ୍ଥା ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍‍ସେ୍‍(ଆଇଏଲ୍‍ଏସ୍‍) ଭେରୋ ସେଲ୍‍ର ଉପଯୋଗ କରି ସଂକ୍ରମିତ ରୋଗୀଙ୍କ ନମୁନାରୁ କରୋନା ଭୂତାଣୁର ଭିଟ୍ରୋ କଲ୍‍ଚର୍‍କୁ ସଫଳତାପୂର୍ବକ ପ୍ରତିପାଦନ କରିବାରେ ସଫଳ ହୋଇଛି। ନିଷ୍ପ୍ରିୟ ସମ୍ପୂର୍ଣ୍ଣ କୋଷିକା-ଆଧାରିତ ଟିକା ବିକଶିତ କରିବାରେ ସାରା ବିଶ୍ୱରେ ଭେରୋ ସେଲ୍‍ କଲ୍‍ଚର ଟେକ୍ନୋଲୋଜିର ଉପଯୋଗ କରାଯାଉଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ବିଭନ୍ନ ପ୍ରକାରର ଭୂତାଣୁ ପ୍ରଭାବ ଥିବା ସ୍ୱାବ ନମୁନାରୁ ୧୭ଟି ଭାଇରସ୍‍ କଲ୍‍ଚର୍‍ ସଂଗ୍ରହ କରାଯାଇଛି। ଡ.ସୋନା ଚଟ୍ଟୋପାଧ୍ୟାୟ ଏବଂ ଡ.ଗୁଲାମ୍‍ ଏଚ୍‍.ସୟିଦଙ୍କ ନେତୃତ୍ୱରେ ଆଇଏଲ୍‍ଏସ୍‍ ଟିମ୍‍ ଏସବୁ ଭାଇରସ୍‍ କଲ୍‍ଚର୍‍ ପ୍ରତିପାଦନ ସଫଳତା ପୂର୍ବକ ସମ୍ପନ୍ନ କରିଛି। ଏଥିରେ ବିଏସ୍‍ଏଲ୍‍ ୩ ସୁବିଧାରେ ସମସ୍ତ ଅନ୍ତର୍ଜାତୀୟ ପ୍ରୋଟୋକଲ୍‍ ଏବଂ ସତର୍କତା ଅବଲମ୍ବନ କରାଯାଇଛି।

 

- Advertisement -


ଆଇଏଲ୍‍ଏସ୍‍ର ନିର୍ଦେଶକ ଡ.ଅଜୟ ପରିଡ଼ା କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। କାରଣ ବର୍ତ୍ତମାନ ସୁଦ୍ଧା ଭାରତରେ ମାତ୍ର ତିନୋଟି ପରୀକ୍ଷାଗାରରେ ଭାଇରସ୍‍ କଲ୍‍ଚର ପ୍ରତିପାଦନ କରାଯାଇପାରିଛି। ସମ୍ଭାବ୍ୟ ଔଷଧର ପ୍ରସ୍ତୁତି, ପ୍ରୟୋଗ ସହିତ ଟିକା ବିକାଶ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ। ସାର୍ସ-କୋଭ୍‍-୨ କଲ୍‍ଚର୍‍ ହେବା ପରେ ଏହାକୁ ଆଣ୍ଟିବଡ଼ି କିମ୍ବା ଆଣ୍ଟି-ଡଟ୍‍ ବିକଶିତ କରିବା, ଆଣ୍ଟିବଡି ପରୀକ୍ଷଣ ଏବଂ ପ୍ରଭାବୀ ଚିକିତ୍ସା ପଦ୍ଧତିରେ ବିକାଶ ଉପଯୋଗ କରାଯାଇପାରିବ। ଦେଶରେ କୋଭିଡ୍‍ ମହାମାରୀ ମୁକାବିଲା ଏବଂ ଭବିଷ୍ୟତର ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ଉପଯୋଗୀ ସମ୍ବଳ ହୋଇପାରିବ। ଏହି ଭାଇରାଲ୍‍ କଲ୍‍ଚର୍‍ ଗବେଷକଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ। ଏହାସହିତ କୋଭିଡ୍‍-୧୯ ମହାମାରୀର ନିଦାନ, ଚିକିତ୍ସା ଓ ପରିଚାଳନା ଲାଗି ପରୀକ୍ଷଣ ତଥା ବିଭିନ୍ନ ଆଣ୍ଟିଭାଇରାଲ୍‍ ଉତ୍ପାଦ ପ୍ରସ୍ତୁତିରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିଶେଷ ସହାୟକ ହୋଇପାରିବ। ଏପ୍ରିଲ୍‍ ପରଠାରୁ କୋଭିଡ୍‍-୧୯ ପରୀକ୍ଷା ବୃଦ୍ଧିରେ ଆଇଏଲ୍‍ଏସ୍‍ ରାଜ୍ୟ ସରକାରଙ୍କୁ ଲଗାତାର ସହାୟତା କରିଆସିଛି। ପାଖାପାଖି ୨୬ଟି ଜିଲାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନମୁନା ଏଠାରେ ପରୀକ୍ଷା କରାଯାଇଛି। କୋଭିଡ୍‍-୧୯ ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟକୁ ବୃଦ୍ଧି କରିବା ଲାଗି କ୍ଲିନିକାଲ୍‍ ନମୁନାଗୁଡ଼ିକର ଏକ ବାୟୋରେସ୍ପୋଜିଟୋରୀ ପ୍ରତିଷ୍ଠା କରିବା ଲାଗି ଦେଶର ୧୬ଟି ସଂସ୍ଥାନ ମଧ୍ୟରେ ଆଇଏଲ୍‍ଏସ୍‍କୁ ମନୋନୀତ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories