www.samajalive.in
Monday, December 8, 2025
24.1 C
Bhubaneswar

ଜଳେଶ୍ୱର ମ୍ୟୁନିସିପାଲିଟି ସଟ୍‌ଡାଉନ୍

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୫ଟା ଠାରୁ ୧୭ ତାରିଖ ସକାଳ ୫ଟା ଯାଏଁ ସଟ୍‌ଡାଉନ୍ ରହିବ। ଜରୁରୀ ସେବା ବ୍ୟତୀତ ଆଉ ସମସ୍ତ ଦୋକାନ, ବଜାର ବନ୍ଦ ରହିବ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ଏହି କଡା ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ। ଏହି ସମୟରେ ମେଡ଼ିସନ ଷ୍ଟୋର , କୋଭିଡ଼ ୱାର୍କର , ଗଣମାଧ୍ୟମ , ସାନଟାଇଜେସନ ୱାର୍କର , ଆମ୍ବୁଲାନ୍ସ , ଫାୟର ୱାର୍କର , ପେଟ୍ରୋଲ ପମ୍ପ ଆଦିର କର୍ମଚାରୀ ନିଜର ଆଇ କାର୍ଡ଼ ଦେଖାଇ ଯାଇପାରିବେ । ଯଦି କେହି ସଟ୍‌ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ଜିଲାରୁ ମୋଟ ୫୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୪୯ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories