www.samajalive.in
Saturday, December 13, 2025
14.1 C
Bhubaneswar

ମୋବାଇଲ ନମ୍ବର ହଜିଯାଇଥିଲେ କିପରି ପାଇବେ ଆଧାରକାର୍ଡ…

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଧାରକାର୍ଡ ହେଉଛି ଦେଶର ନାଗରିକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ସରକାରୀ କାର୍ଯ୍ୟରେ ଆଧାରାକାର୍ଡ ବେସ ଗୁରୁତ୍ବପୂର୍ଣ୍ଣ । ବେଳେବେଳେ ଅସାବଧାନତା ପାଇଁ ଆଧାରକାର୍ଡ ନଷ୍ଟ ହୋଇଯାଏ କିମ୍ବା ହଜିଯାଇଥାଏ । ବିନା ଆଧାରକାର୍ଡରେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଏ । ଯଦି ଆଧାର କାର୍ଡ ହଜିଯାଏ, ତା ସହିତ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବର ଆବଶ୍ୟକ । ଯଦି ଆପଣଙ୍କର ଆଧାର ହଜିଯାଇଛି ଏବଂ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ମଧ୍ୟ ନାହିଁ, ତେବେ ଜାଣନ୍ତି ନୂତନ ଆଧାର କାର୍ଡ କିପରି ପାଇବେ ।

- Advertisement -

ପ୍ରଥମେ ଫୋନ୍ କିମ୍ବା ଲାପଟପର ବ୍ରାଉଜର୍ ମାଧ୍ୟମରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ୱେବସାଇଟ୍ https://uidai.gov.in/en/ କୁ ଯିବାକୁ ପଡ଼ିବ । ଏହା ପରେ ଆଧାରର ୱେବସାଇଟ୍ ହିନ୍ଦୀରେ ଆପଣଙ୍କ ସାମ୍ନାରେ ଖୋଲିବ। ଯଦି ଆପଣ ଇଂରାଜୀ ୱେବସାଇଟ୍ ପରିଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ https://uidai.gov.in କୁ ଯାଇପାରିବେ ।

image crdeit- amar ujala

ଏହା ପରେ ଆପଣ ବାମ ପାର୍ଶ୍ୱରେ ଥିବା ଆଧାର ବିଭାଗରେ ଅର୍ଡର ଆଧାର ରିପ୍ରିଣ୍ଟ୍ ବିକଳ୍ପ ପାଇବେ । ଏଥିରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ଆଧାର ନମ୍ବର, ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ଏବଂ ଓଟିପି ଉପରେ ଥିବା ବାକ୍ସରେ କ୍ଲିକ୍ କରନ୍ତୁ।

ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ପଞ୍ଜିକୃତ ମୋବାଇଲ୍ ନମ୍ବର ନଥିବା ବକଳ୍ପକୁ ବାଛନ୍ତୁ । ଏହାପରେ ପାଖରେ ଥିବା ମୋବାଇଲ ଲମ୍ବର ଦିଅନ୍ତୁ ।  ମୋବାଇଲ ନମ୍ବର ପଞ୍ଜୀକୃତ ପରେ ଓଟିପି ଆସିବ । ପରେ ଆସିଥିବା ଓଟିପିକୁ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଓଟିପି ବାକ୍ସରେ ଦିଅନ୍ତୁ ।

ଓଟିପି ପଞ୍ଜିକରଣ କରିବାପରେ  ଆପଣଙ୍କର ନାମ, ଜନ୍ମ ତାରିଖ ଏବଂ ଠିକଣା ଇତ୍ୟାଦି ସୂଚନା ଦେଖାଯିବ । ଏହା ପରେ ଆପଣଙ୍କୁ ଅନଲାଇନରେ ୫୦ ଟଙ୍କା ଦେବାକୁ ପଡିବ । ଆପଣ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ୟୁପିଆଇ ଦେୟ ସାହାଯ୍ୟରେ ପେମେଣ୍ଟ କରିପାରିବେ । ଏହାପରେ  ଆଧାରକାର୍ଡରେ ଦିଆଯାଇଥିବା ଠିକଣାରେ ପୋଷ୍ଟ ମାଧ୍ୟମରେ ପହଞ୍ଚିବ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories