www.samajalive.in
Monday, December 8, 2025
27.1 C
Bhubaneswar

ସୁଶାନ୍ତଙ୍କ ନାଁରେ ନାମିତ ହେଲା ରାସ୍ତା

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖିବାକୁ ମିଳିଛି। ସେହିପରି କିଛି ନିଆରା ଢଙ୍ଗରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିହାରବାସୀ। ଅଭିନେତାଙ୍କ ହୋମଟାଉନ୍‍ ପୂର୍ଣ୍ଣିଆରେ ସୁଶାନ୍ତଙ୍କ ନାଁରେ ଏକ ରାସ୍ତାର ନାମକରଣ କରାଯାଇଛି।

ଏହି ରାସ୍ତା ଉଦ୍‍ଘାଟନ କରାଯାଉଥିବାର ଏକ ଭଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ରାସ୍ତା ଉପରେ ଏକ ବୋର୍ଡ଼ ଲାଗିଛି, ଯେଉଁଥିରେ ‘ସୁଶାନ୍ତ ସିଂହ ରାଜପୁତ ଚୌକ୍‍’ ଲେଖାହୋଇଛି।

- Advertisement -

ସୂଚନା ଅନୁସାରେ, ମେୟର ସବିତା ଦେବୀ କହିଛନ୍ତି ସୁଶାନ୍ତ ଜଣେ ମହାନ୍‌ କଳାକାର ଥିଲେ। ତେଣୁ ତାଙ୍କ ନାଁରେ ରାସ୍ତାର ନାମକରଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ କହିବାନୁସାରେ, ମଧୁବନୀରୁ ମାତା ଚୌକକୁ ଯାଉଥିବା ରାସ୍ତାର ନାମକୁ ଏବେ ସୁଶାନ୍ତ ସିଂହ ରାଜପୁତ ରୋଡ ଭାବେ ନାମିତ କରାଯାଇଛି। ଏହା ସହ ଏଠାରେ ଥିବା ଫୋର୍ଡ କମ୍ପାନୀ ଚୌକକୁ ‘ସୁଶାନ୍ତ ସିଂହ ରାଜପୁତ ଚୌକ୍‍’ ନାମରେ ନାମିତ କରାଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories