www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଛଡ଼େଇ ନେଇଛି ହାତରୁ କାମ-ତୁଣ୍ଡରୁ ଆହାର: କୁଳ ବେଉସା ବୁଡ଼ିଯିବା ଆଶଙ୍କାରେ ଚିନ୍ତାରେ କୁମ୍ଭାର

ବୁର୍ଲା: କରୋନା ଛଡ଼େଇ ନେଇଛି ହାତରୁ କାମ, ତୁଣ୍ଡରୁ ଆହାର ଶହଶହ ବର୍ଷର କୌଳିକ ପରମ୍ପରାକୁ ହରାଇବା ଓ ହଜାଇବା ଆଶଙ୍କାରେ କୁମ୍ଭାର। ଏହା କେବଳ ବୁର୍ଲା ନିକଟସ୍ଥ ସଦେଇପାଲି ଗାଁର କାହାଣୀ ନୁହେଁ, ସାରା ରାଜ୍ୟରେ ଏପରି ସ୍ଥିତି।

ବର୍ତ୍ତମାନର ଡ଼ିଜିଟାଲ ଯୁଗରେ ମଧ୍ୟ ବିଶେଷଜ୍ଞଙ୍କ ମତରେ ବୈଜ୍ଞାନିକ କାରଣ ଦର୍ଶାଇ ମାଟିପାତ୍ରର ବ୍ୟବହାର କିପରି ଭାବରେ ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ଏବଂ ସର୍ବପୁରାତନ ମାଟିପାତ୍ର ବ୍ୟବହାର ଦ୍ୱାରା କିପରି ଭାବରେ ବିଭିନ୍ନ ମାଧ୍ୟମରେ ମଣିଷ ଉପକୃତ ହେବା ସହିତ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଏ ତାହା ମଧ୍ୟ ଚିକିତ୍ସା ବିଜ୍ଞାନରେ ପ୍ରମାଣିତ ହୋଇସାରିଛି। କେତେକ ସ୍ଥାନରେ ଏହି ମାଟିପାତ୍ର ନୂଆ ରୁପରେ ଲୋକଙ୍କ ଆସ୍ଥାଭାଜନ ହେବା ଦୃଷ୍ଟାନ୍ତ ରହିଛି। ଏପରିକି ବର୍ତ୍ତମାନ ସୁଦ୍ଧା ଗ୍ରାମ ମାନଙ୍କରେ ଏହି ମାଟିହାଣ୍ଡିରେ ଧାନ ସିଝାଜିବା, ମାଟିହାଣ୍ଡିରେ ଭାତ ରାନ୍ଧିବା ଏବଂ ମାଠିଆର ପାଣି ବ୍ୟବହାର କରାଯିବା ଦେଖିବାକୁ ମିଳୁଛି। ମାତ୍ର ବର୍ତ୍ତମାନର ଅଣନିଶ୍ବାସୀ ସହରୀ ଜୀବନରେ ମାଟିପାତ୍ର ବ୍ୟବହାର ଉଭେଇ ଗଲାଣି ବର୍ତ୍ତମାନ ଏହାର ସ୍ଥାନ ଷ୍ଟିଲ, ପ୍ଲାଷ୍ଟିକ, ଚିନାମାଟି ଏବଂ ଆଲୁମିନିୟମ ବାସନ ନେଇ ସାରିଲାଣି। କେବଳ ଘରେ ଫୁଲଗଛ ପାଇଁ ମାଟି କୁଣ୍ଡ, ଦୀପାବଳୀ ବେଳେ ଦୀପ ବେଳକୁ ଲୋଡ଼ା ପଡ଼ୁଛି କୁମ୍ଭାର।

- Advertisement -

ବର୍ତ୍ତମାନ ମଧ୍ୟ ମଝିପାଲିର ପ୍ରାୟ ତିନିରୁ ଚାରିଟି ପରିବାର ୟ ମାଟି ସହିତ ମାଟି ହୋଇ ମାଟିର ସାମଗ୍ରୀ ଯେପରି କଳସ, ମାଟିପାତୁଲି, ଧୁପ, ହାଣ୍ଡି, ମାଠିଆ, ବିଭିନ୍ନ କିଷମର ଫୁଲ କୁଣ୍ଡ, ଦୀପ ଆଦି ତିଆରି କରି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ମାଟି ସଂଗ୍ରହ କରିବା ପାଇଁ ପାହାଡ଼ତଳ ଫାଇରିଙ୍ଗ ରେଞ୍ଜକୁ ଯାଇ ବର୍ତ୍ତମାନର ବର୍ଷାଦିନରେ ମଧ୍ୟ  ମାଟିପାତ୍ର ନିର୍ମାଣ କରୁଛନ୍ତି। ମାତ୍ର ଚଳିତ ବର୍ଷ ୨୦୨୦ ମସିହାରେ ବିଭିନ୍ନ ବିବାହ ବ୍ରତ ତଥା ଅନ୍ୟାନ୍ୟ ପବପର୍ବାଣି ପାଇଁ କୁମ୍ଭାର ପରିବାର ଭଲ ବ୍ୟବସାୟ ହେବ ବା ମାଟିତିଆରି ପାତ୍ର ବ୍ୟବହାର କରିବେ ବୋଲି ଆଶାବାନ୍ଧି ବସିଥିଲେ। ଚଳିତ ବର୍ଷର କରୋନା ସଂକ୍ରମଣ ସ୍ଥିତି ପାଇଁ ଲକ ଡ଼ାଉନ କଟକଣା କୁମ୍ଭାର ପରିବାରଙ୍କୁ କୋରଡ଼ା ମାଡ଼ ସଦୃଶ ହୋଇଛି। କରୋନା ସଂକ୍ରମଣ ପାଇଁ ଲକ ଡ଼ାଉନ କଟକଣା ପାଇଁ ସମସ୍ତ ଉତ୍ସବ ବନ୍ଦ ହୋଇଯାଇଛି ବା ଘୁଞ୍ଚାଇ ଦିଆଯାଇଛି। କୁମ୍ଭାର ପରିବାରକୁ ସରକାରୀ ସ୍ତରରୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯାଇ ପାରିଲେ କୁମ୍ଭାର ପରିବାରର ଆଗାମୀ ପିଢ଼ି ମାଟିକାମ ପ୍ରତି ଆକୃଷ୍ଟ ହୁଅନ୍ତେ ତଥା ପର୍ଯ୍ୟାବରଣ ମଧ୍ୟ ରକ୍ଷା ପାଇ ପାରନ୍ତା।

ମଝିପାଲିର ବୟସ୍କ କୁମ୍ଭାର ହିରନ୍ୟ ରଣା କହିବା ମୁତାବକ ଗତ ୩୦୦ରୁ୪୦୦ ବର୍ଷ କାଳ ହେବ ମଝିପାଲିରେ ତାଙ୍କ ପୂର୍ବପୁରୁଷରୁ ମାଟିକାମ କରି ଆସୁଛନ୍ତି ।  ବାପା ଧ୍ରୁବ ରଣାଙ୍କ ଠାରୁ ମାଟିପାତ୍ର ଗଢ଼ିବା ଶିଖି ବର୍ତ୍ତମାନ ମୁଁ ୬୨ ବର୍ଷରେ ପହଞ୍ଚିଛି। ମାଟି ତିଆରି ପାତ୍ର ହାଣ୍ଡି, ମାଠିଆ, ଦ୍ୱୀପ, କଳସ ଆଦି ତିଆରି କରି ଆସୁଛି ମାତ୍ର ବାର୍ଦ୍ଧକ୍ୟ ହେତୁ ଅଧିକା କାମ କରି ହେଉ ନ ଥିବା ପ୍ରକାଶ କରିଥିଲେ। “ଇ ବର୍ଷ ଯେନ କରୋନା ବେମାରୀ ଆସିଛେ ସେଥିର ଲାଗି ଆମର ବିହା ବରପନ, ପୁଜା ପରବ ସବୁ ଯେନ ଥିଲା ସବୁ ବନ୍ଦ ହେଇ ଗଲା ଆମର ମାଟିର ସାମାନ ବିକ୍ରି ହେଇ ନାଇ ପାରଲା” ବୋଲି  ହିରନ୍ୟ ରଣା ଦୁଃଖପ୍ରକାଶ କରି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories