www.samajalive.in
Saturday, December 6, 2025
26.1 C
Bhubaneswar

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଦେଦର୍ହ ଗାଁ ୪୮ ଘଣ୍ଟା ସଟ୍‌ଡାଉନ

ଖପ୍ରାଖୋଲ: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗ୍ରାମର ଜଣେ ୨୨ ବର୍ଷୀୟା ଗର୍ଭବତୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ ତାମିଲନାଡୁରୁ ଫେରିଥିଲେ। ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆଜି ବଲାଙ୍ଗିର କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏହା ପରେ ଦେଦର୍ହ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ କରିଦିଆଯାଇଛି।

ପଡିଆବାହାଲ ସରପଞ୍ଚ ରାଧିକା ପଧାନ ଜିଲାପାଳ କ୍ଷମତା ବଳରେ ଦେଦର୍ହ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତ ମହିଳା ଜଣକ ତାଙ୍କ ଶାଶୁ, ବଡବାପା ଶଶୁର, ବଡମା ଶାଶୁ ଏବଂ ସ୍ୱାମୀ ସହିତ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ଗତ ଜୁନ ୪ ତାରିଖରେ ସେ ଗ୍ରାମକୁ ଫେରିଥିଲେ। ଏହା ପରେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଗୋଟିଏ ଦିନ ରହିବା ପରେ ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇ ଛଡ଼ାଯାଇଥିଲା। ନିକଟରେ ତାଙ୍କଠାରୁ  ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ବଲାଙ୍ଗିର ପଠାଯାଇଥିଲା। ଆଜି ସକାଳେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଉକ୍ତ  ମହିଳାଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ତାମିଲନାଡୁରୁ ଫେରିଥିବା ତାଙ୍କ ପରିବାରର ଅନ୍ୟ ୪ଜଣଙ୍କୁ ନିଆଯାଇ ନ ଥିବା ଜଣାପଡ଼ିଛି। ଏହି ଅବସରରେ ସରପଞ୍ଚ ଦେଦର୍ହ ଗ୍ରାମକୁ ଆସନ୍ତା ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରିଥିବା ବେଳେ ଘରୁ କେହି ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଘରେ ରହିବାକୁ ସ୍ୱତନ୍ତ୍ର ଭାବେ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଖପ୍ରାଖୋଲ ବ୍ଲକରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖପ୍ରାଖୋଲ ବ୍ଲକକୁ ୧୨ ହଜାରରୁ ଅଧିକ ପ୍ରବାସୀ ଫେରିଥିବା ବେଳେ କାଁ ଭାଁ କେତେଜଣଙ୍କୁ ଛାଡିଦେଲେ ଅଧିକାଂଶଙ୍କର କୋଭିଡ ପରୀକ୍ଷା କରା ନ ଯାଇ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories