www.samajalive.in
Monday, December 8, 2025
13.1 C
Bhubaneswar

ଆଜି ଶ୍ରାବଣ ପ୍ରଥମ ସୋମବାର; ଶିବାଳୟରେ ଲାଗିଛି ୧୪୪ ଧାରା, ଭକ୍ତଶୂନ୍ୟ ମନ୍ଦିର

ବ୍ରଜରାଜନଗର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ହେଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର କାଉଡ଼ିଆ ଓ ଭକ୍ତଙ୍କୁ ଶିବ ମନ୍ଦିରରେ ଜଳ ଲାଗି କରିବା ଉପରେ କଟକଣା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଜିଲ୍ଲାରେ ଥିବା ୧୩୧ ଶିବାଳୟ ଗୁଡିକରେ ୧୪୪ ଧାରା ଜାରି କରାଯାଇଛି । କଳ କାରଖାନା ଓ ଖଣି ଖଦାନ ଭରପୁର ବ୍ରଜରାଜନଗର ଅଂଚଳର ୩୦ରୁ ଉର୍ଦ୍ଧ୍ବ ଶିବ ମନ୍ଦିର। ପ୍ରତି ବର୍ଷ ଶ୍ରାବଣ ସୋମବାରରେ କାଉଡ଼ିଆଙ୍କର ପ୍ରବଳ ଭିଡ ଲାଗିଥାଏ ଓ ଦୋକାନ ବଜାର ମଧ୍ୟ ବେଶ ଜମିଥାଏ। ଗେରୁଆ ବସ୍ତ୍ର ପରିଧାନ କରି ଭାରରେ ଭକ୍ତମାନେ ବିଭିନ୍ନ ଘାଟରୁ ପାଣି ଉଠାଇ ଶୈବପୀଠକୁ ଚାଲି ଚାଲି ଯାଇଥାନ୍ତି। ହେଲେ ସରକାରଙ୍କ ନିଷେଧାଦେଶ ଜାରି କରାଯିବା ପରେ ଉକ୍ତ ଶିବାଳୟ ଗୁଡିକ ଆଜି ଭକ୍ତଶୂନ୍ୟ ପରିଲକ୍ଷିତ ହେଉଛି। ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା କଡାକଡ଼ି କରାଯାଇଥିଲେ ହେଁ ଭକ୍ତମାନେ ସରକାରଙ୍କ ନିୟମକୁ ପାଳନ କରି ମନ୍ଦିରକୁ ଯାଇ ନାହାଁନ୍ତି।
ସେପଟେ ଆଜି ଶ୍ରାବଣ ପ୍ରଥମ ସୋମବାର ଥିବାରୁ ବିନା ଭକ୍ତ ଓ ନିଡାମ୍ବରରେ ପୂଜକ ମନ୍ଦିର ବନ୍ଦ ରଖି ଏକାକୀ ସମସ୍ତ ନୀତିକାନ୍ତି କରିଥିବା ଜଣା ପଡ଼ିଛି। ଚଳିତ ବର୍ଷ ଜଳ ଲାଗି ଉପରେ କଟକଣା ଲାଗୁ କରାଯାଇଥିବାରୁ ଏହାର ସିଧା ପ୍ରଭାବ ଦୋକାନୀଙ୍କ ଉପରେ ପଡିଥିବା କେତେକ ସ୍ଥାନୀୟ ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories