www.samajalive.in
Thursday, December 11, 2025
18.1 C
Bhubaneswar

ଲଦାଖକୁ ‘ଆକାଶ’ ପଠାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରୁ ଚୀନ ସେନାକୁ ସମ୍ପୂର୍ଣ୍ଣ ହଟାଇବା ନେଇ ଭାରତ-ଚୀନ ମଧ୍ୟରେ କୂଟନୈତିକ ଓ ସାମରିକ କ୍ଷେତ୍ରରେ ଆଲୋଚନା ଜାରି ରହିଥିବାବେଳେ ଉଭୟ ଦେଶ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଶନିବାର ଲଦାଖକୁ ‘ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌’ ‘ଆକାଶ’ ପ୍ରେରଣ କରିଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ଏହି ଅତ୍ୟାଧୁନିକ ଓ ତ୍ବରିତ୍‌ କାର୍ଯ୍ୟ କରୁଥିବା କ୍ଷେପଣାସ୍ତ୍ରକୁ ପୂର୍ବ ଲଦାଖର ଏଲଏସି ନିକଟରେ ମୁତୟନ କରାଯିବା ବ୍ୟବସ୍ଥା ହୋଇଛି। ପୂର୍ବରୁ ଏଠାରେ ଅତ୍ୟାଧୁନିକ ଯୁଦ୍ଧବିମାନ ମୁତୟନ କରାଯାଇଛି। ଉଭୟ ସ୍ଥଳ ଓ ଆକାଶବାହିନୀ ଏଠାରେ ପ୍ରତ୍ୟେକ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଏଲଏସିରୁ ୧୦ କିଲୋମିଟର ମଧ୍ୟରେ ସୁଖୋଇ-୩୦ ଯୁଦ୍ଧବିମାନ, ଅର୍ଜୁନ ଓ ଭୀଷ୍ମ ଟ୍ୟାଙ୍କ ମଧ୍ୟ ମହଜୁଦ ରହିଛି। ଅପରପକ୍ଷରେ ଉପଗ୍ରହ ସୂତ୍ରରୁ ମିଳିଥିବା ସଦ୍ୟ ଚିତ୍ର ଅନୁଯାୟୀ ଗଲୱାନ ଉପତ୍ୟକାରେ ଚୀନର ୧୬ଟି ଶିବିର ରହିଛି। ଏଲଏସିର ୯କିଲୋମିଟର ଭିତରେ ଚୀନ ଏହି ଶିବିର ସ୍ଥାପନ କରିଛି। ପଥରରେ ନିର୍ମିତ ଏହି ଶିବିରକୁ ହଟାଇବା ପାଇଁ ବୁଝାମଣା ହୋଇଥିଲେ ସେଗୁଡ଼ିକ ପୂର୍ବତ୍‌ ରହିଛି।
ଅକ୍‌ସାଇ ଚୀନ ଅଞ୍ଚଳରେ ଚୀନ ସେନା ଗତ ମେ ମାସରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ମୁତୟନ କରିଥିଲା। ଭାରତ ତୁରନ୍ତ ଏହାର ଜବାବ ସ୍ବରୂପ ସମ୍ପୃକ୍ତ ଅଞ୍ଚଳରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ରଖିଥିଲା। ଏବେ ଚୀନ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବଲ୍‌ଟିସ୍ତାନ ଉପରେ ନଜର ପକାଇଛି। ଭାରତ ମଧ୍ୟ ଏହାକୁ ପ୍ରତିହତ କରିବା ପାଇଁ ୍ରସ୍ତୁତ ରହିଛି। ଏହି ଅଞ୍ଚଳରେ ପାକିସ୍ତାନର ଗତିବିଧି ପ୍ରତି ଭାରତୀୟ ସେନା ଧ୍ୟାନ କେନ୍ଦ୍ରୀଭୂତ କରିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ଜଳ, ବାୟୁ ଓ ସ୍ଥଳ ତିନି କ୍ଷେତ୍ରରେ ଏହାର ସେନାକୁ ପ୍ରସ୍ତୁତ କରି ରଖିଛି।
ତେବେ ଗଲୱାନ ଉପତ୍ୟକା ସମେତ ପୂର୍ବ ଲଦାଖର ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ କିପରି ସମ୍ପୂର୍ଣ୍ଣ ହଟିବେ ସେ ସମ୍ପର୍କରେ ସ୍ଥାନୀୟ କମାଣ୍ଡରସ୍ତରୀୟ ବୈଠରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥିପାଇଁ କିଛିଟା ବିଳମ୍ବ ହୋଇପାରେ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଉଭୟ ପକ୍ଷର ମେଜର ଜେନେରାଲସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କମାଣ୍ଡରସ୍ତରୀୟ ବୈଠକ ମଧ୍ୟ ଜାରି ରହିଛି। ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ନେଇ ଗତ ୬ ତାରିଖରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ କିପରି ଶୀଘ୍ର କାର୍ଯ୍ୟକାରୀ କରାଯିବ ତା’ଉପରେ ଭାରତ ଗୁରୁତ୍ବ ଦେଉଛି। ଚୀନ ସୈନ୍ୟ କେବେ ସମ୍ପୂର୍ଣ୍ଣ ହଟିବେ ତାହାକୁ ଭାରତ ଅପେକ୍ଷା କରିଛି; ଏଲଏସିରେ ସ୍ଥିତାବସ୍ଥା ଫେରାଇ ଆଣିବା ସହ ଚୀନର ଗତିବିଧି ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଭାରତ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଲଏସିର ପଶ୍ଚିମ ସେକ୍ଟରରେ ଥିବା ୧୫୯୭କିଲୋମିଟର ଅଞ୍ଚଳରୁ ଚୀନ ସୈନ୍ୟଙ୍କୁ ହଟାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ‌େ​‌​‌କୗଣସି ନିଷ୍ପତ୍ତି ପୂର୍ବରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ କ୍ଷେତ୍ରୀୟ ଅନୁଧ୍ୟାନ କରାଯିବ ଓ ଚୀନ ସୈନ୍ୟ ଫେରିଥିବା ନିଶ୍ଚିତ ହେବା ପରେ ଅନ୍ୟ ନିଷ୍ପତ୍ତି ନିଆଯିବା ନେଇ ଭାରତ ସରକାରଙ୍କ ଆଭିମୁଖ୍ୟ ସେ ସ୍ପଷ୍ଟ କରିଛନ୍ତି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories