www.samajalive.in
Thursday, December 11, 2025
18.1 C
Bhubaneswar

ବଡ଼ସାହି ବ୍ଲକରୁ ଚିହ୍ନଟ ୧୨ଜଣଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମିତ

ବଡ଼ସାହି : ବିଭିନ୍ନ ରାଜ୍ୟ ଫେରନ୍ତା ପ୍ରବାସୀ ଟିଏମସି କେନ୍ଦ୍ରରେ କ୍ୱାରେନଟାଇନରେ ରହିବା ପରେ ସେମାନଙ୍କର କୋଭିଡ଼ ପରୀକ୍ଷା ନକରି ଘରକୁ ଯିବାକୁ ଅନୁମତି ଦିଆଯିବା ବର୍ତ୍ତମାନ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ମୟୂରଭଞ୍ଜ ଜିଲାରେ ସର୍ବଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ତାଲିକାରେ ବଡ଼ସାହି ବ୍ଲକ ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ରହିଛନ୍ତି ସ୍ଥାନୀୟ ଆକ୍ରାନ୍ତ। ଜଣେ ୨ଜଣଙ୍କୁ ବାଦ ଦେଲେ ବାକି ଅନ୍ୟମାନଙ୍କର ଟ୍ରାଭେଲ ହିଷ୍ଟ୍ରି କିଛି ନାହିଁ। କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ତା’ର ବିବରଣୀ ମିଳୁନାହିଁ। ଫଳରେ ସ୍ଥାନୀୟ ସଂକ୍ରମଣ ଭୟ ସମଗ୍ର ବ୍ଲକରେ ଖେଳିଗଲାଣି।

ଶୁକ୍ରବାର ସରକାରୀ ଘୋଷଣା ଅନୁଯାୟୀ ପ୍ରଥମଥର ଶିମିଳିପାଳ ପାଦଦେଶ ଯଦୁନାଥପୁର ପଞ୍ଚାୟତରୁ ଜଣେ ରାଜମିସ୍ତ୍ରୀ (୫୮)ଙ୍କର ନମୁନା ପଜିଟିଭ୍ ଥିବାରୁ ତାଙ୍କୁ ଜିଲା କୋଭିଡ଼ ଡ଼ାକ୍ତରଖାନାକୁ ନିଆଯାଇଛି। ସେ ସାନକେରକୋରେ ଜଣଙ୍କ ଘରନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଅସୁସ୍ଥ  ହେବାବାରୁ ତାଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ବାହାରକୁ ସେ ଯାଇ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମଣର ଶିକାର ହୋଇଛନ୍ତି। ରାଜମିସ୍ତ୍ରୀଙ୍କୁ ମିଶାଇ ୧୦ଜଣଙ୍କ କ୍ଷେତ୍ରରେ ଘଟିଛି ଏପରି ଘଟଣା। ବ୍ଲକର ୩୦ଟି ପଞ୍ଚାୟତରୁ ପୂର୍ବରୁ ପ୍ରତାପପୁର, ଖାନୁଆ, କେନ୍ଦୁଡ଼ିହା, ସାନକେରକୋ, ପଟିସାରୀ, ତାଳପଦା, ମାଧପୁର, କମଳାଶୋଳ ଓ ବଳଭଦ୍ରପୁର ପଞ୍ଚାୟତରୁ ଚିହ୍ନଟଙ୍କ କ୍ଷେତ୍ରରେ ସମାନ ଅବସ୍ଥା। ଏମାନେ ଆକ୍ରାନ୍ତଙ୍କ ପଛରେ ତାଲାବନ୍ଦ କୋହଳ ମୁଖ୍ୟ ଦାୟୀ କୁହାଯାଉଥିଲେ ହେଁ ପଞ୍ଚାୟତ ଟିଏମସିରେ କ୍ୱାରେନଟାଇନରେ ରହିଥିବା ପ୍ରବାସୀଙ୍କ କୋଭିଡ଼ ପରୀକ୍ଷା ନହୋଇ ଘରକୁ ଯିବାକୁ ଅନୁମତି ଦିଆଯିବା ପ୍ରମୁଖ କାରଣ ବୋଲି ଜଣାପଡୁଛି।ୟ

- Advertisement -

ବ୍ଲକର ୩୦ଟି ଟିଏମସିରୁ ଏଯାଏଁ ୧୦୭୨ଜଣ ପ୍ରବାସୀ କ୍ୱାରେନଟାଇନ୍ ଶେଷ କରି ଘରକୁ ଗଲେଣି। କେବଳ ଲକ୍ଷଣ ଥିବା ପ୍ରବାସୀଙ୍କ କୋଭିଡ଼ ପରୀକ୍ଷା ହୋଇଥିବା ବେଳେ ଏମାନେ ଘରକୁ ଗଲା ପରେ ଅବାଧରେ ଚଳପ୍ରଚଳ ସହିତ ଦୋକାନ ବଜାରରେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଫଳରେ ରୋଗପ୍ରତିଷେଧକ ଶକ୍ତି କମ୍‍ ଥିବା ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି। ଯାହା ଫଳରେ ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ସଂଖ୍ୟା ୧୦ରେ ପହଞ୍ଚିଛି। ଏମାନଙ୍କୁ ବାଦ ଦେଲେ ଛେଳିଆ(କ) ଓ ଭୀମିଦା ପଞ୍ଚାୟତ ଟିଏମସିରୁ ୨ଜଣ ପ୍ରବାସୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ବ୍ଲକରେ ବର୍ତ୍ତମାନ ୨୬ଟି ଟିଏମସିରେ ୩୩୦ଜଣ ପ୍ରବାସୀ କ୍ୱାରେନଟାଇନରେ ରହିଛନ୍ତି। ପୂର୍ବରୁ ୧୦୭୨ଜଣ ପ୍ରବାସୀ ରହିଥିବାରୁ ମୋଟ ସଂଖ୍ୟା ୧୪୦୨ଜଣ। ତନ୍ମଧ୍ୟରୁ ପ୍ରଶାସନ ପକ୍ଷରୁ ୫୭୭ଜଣଙ୍କୁ ୨ହଜାର ଟଙ୍କା ଲେଖାଏଁ ମୋଟ ୧୧ଲକ୍ଷ ୫୪ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ବୋଲି ସରକାରୀ ସୂଚନାରୁ ଜଣାପଡ଼ିଛି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories