www.samajalive.in
Thursday, December 11, 2025
18.1 C
Bhubaneswar

ସାପ କାମୁଡାରେ ଆଶାକର୍ମୀଙ୍କ ମୃତ୍ୟୁ

ବୋଲଗଡ : ବୋଲଗଡ ଥାନା ଅନ୍ତର୍ଗତ ବଡକୁମାରୀ ଗ୍ରାମର ଭରତ ଦଳେଇଙ୍କ ଧର୍ମପତ୍ନୀ ସତ୍ୟଭାମା ସାହୁଙ୍କର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ଘଟିଛି। ସେ ଦୀର୍ଘ ୧୦ବର୍ଷ ଧରି ଆଶାକର୍ମୀ ଭାବେ ଲୋକମାନଙ୍କର ସେବା କରିବା ସଂଗେସଂଗେ ବର୍ତ୍ତମାନର ମହାମାରୀ କରୋନା ସଂକ୍ରମଣ ରୋଗ ସଂପର୍କରେ ଲୋକମାନଙ୍କୁ ସଚେତନତା କରାଉଥିଲେ।

ସୂଚନା ଅନୁସାରେ, ଆଶାକର୍ମୀ ଶ୍ରୀମତି ସାହୁ ବଡକୁମାରୀ ଅସ୍ତାୟୀ ସ୍ୱାସ୍ଥ୍ୟ ସେବା ଶିବିରରେ ରହିଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସାହାଯ୍ୟ କରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା। ତାଙ୍କର ଆଶୁ ଚିକିତ୍ସା ନିମନ୍ତେ ସଂଗେସଂଗେ ଗ୍ରାମର କିଛି ଲୋକ ତାଙ୍କୁ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ପୁତ୍ର ବିକ୍ରମ ଦଳେଇ ମୃତ୍ୟୁ ସମ୍ପର୍କରେ ବାଙ୍କୋଇ ଫାଣ୍ଡିରେ ଏକ ଲିଖିତ ପ୍ରାଥମିକ ଏତଲା ଦେଇଅଛନ୍ତି। ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲାପାଳ ସ୍ୱର୍ଗତ ଆଶାକର୍ମୀ ସତ୍ୟଭାମା ସାହୁଙ୍କୁ ଆର୍ଥିକ ସହାୟତା ଓ ବୀମା ରାଶି ଯୋଗାଇ ଦେବାକୁ ବଡକୁମାରୀ ଗ୍ରାମବାସୀମାନେ ଦୃଢ ଦାବି କରିଅଛନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories