www.samajalive.in
Thursday, December 11, 2025
18.1 C
Bhubaneswar

ଗୁରୁବାର ଇଣ୍ଡିଆନ ଅଏଲର ପିଏଡିସିର ଉଦଘାଟନ କରିବେ ନବୀନ-ଧର୍ମେନ୍ଦ୍ର

-ପ୍ରକଳ୍ପ ମୂଲ୍ୟ ୪୩ କୋଟି; ଏହି ପିଏଡିସି ସେଣ୍ଟର ଦେଶରେ ଷଷ୍ଠ ଏବଂ ପୂର୍ବ ଭାରତରେ ଦ୍ୱିତୀୟ 
– ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍‍ ପାଇଁ  ପିଏଡିସି ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ
– ପିଏଡିସି ଗବେଷଣା ଏବଂ ବିକାଶ ଅନୁଷ୍ଠାନ ଯଥା ଆଇସିଟି, ସିଆଇପିଇଟି ଏବଂ ଏନସିଏଲ ଭଳି ଅନୁଷ୍ଠାନକୁ ସହଯୋଗ କରିବ

 

ଭୁବନେଶ୍ୱର : ଓଡିଶା ଏବଂ ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ତଥା ବଢାଇବା ପାଇଁ ପାରାଦୀପ ଠାରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନଗାର ଏବଂ ପେଟ୍ରୋକେମିକାଲ କମ୍ପେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍‍ ସେଣ୍ଟର(ପିଏଡିସି) ପ୍ରତିଷ୍ଠା କରାଯାଇଛି।
୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ପାରାଦୀପରେ ନୂତନ ଭାବରେ ନିର୍ମିତ ପିଏଡିସିକୁ ମିଳିତ ଭାବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି (ଗୁରୁବାର)ପୂର୍ବାହ୍ଣ ୧୧ଟାରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ପୂର୍ବଦୋୟ ପାଇଁ ଆହ୍ୱାନ କରିଛନ୍ତି। ପୂର୍ବଭାରତ ଦେଶର ଅଭିବୃଦ୍ଧିକୁ ଆଗେଇ ନେବାରେ ଓ ଭାରତକୁ ସନ୍ତୁଳିତ ଢାଞ୍ଚାରେ ଆଗକୁ ବଢାଉଛି। ଏହି ଯାତ୍ରାର ଅଂଶ ଭାବରେ ଇଣ୍ଡିଆନ ଅଏଲ ୨୦୧୯ ଫେବୃୟାରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଂଟକୁ ଆରମ୍ଭ କରିଥିଲା।
ଏହିଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ। ଏହି ସେଣ୍ଟର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଲାବରୋଟରି ଅଫ୍‍ ଡିପାର୍ଟମେଟ ଅଫ୍‍ ସାଇନଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସଆଇଆର) ଭାବରେ ଜଣାଯାଏ।
ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ। ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଇଛି ଅଭିନବ ଆପଲିକେସନର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀକୁ ହ୍ରାସ କରିବା। ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଏବଂ ସମ୍ବୋଧିତ ଜିନିଷ ଗୁଡିକର ବିକଶିତ ଅଂଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ।
ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍‍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।
ପଲିମରରକୁ ବଢାଇବା ପାଇଁ ପିଏଡିସି ଆପ୍ଲିକେସନ ଏବଂ ଡେଭଲପ ସେଣ୍ଟର ନିମନ୍ତେ ଅନ୍ୟାନ୍ୟ ପ୍ରତିଷ୍ଠିତ ଗବେଷଣା କେନ୍ଦ୍ର ଯଥା ଆଇସିଟି, ଭୁବନେଶ୍ୱର, ସିଆଇପିଇଟି ଏବଂ ଏନସିଏଲ ପୁନେ ସହ କାର୍ଯ୍ୟ କରିବ। ଗ୍ରାହକ ଏବଂ ନୂଆ ପୁଞ୍ଜିନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରରେ ଅତ୍ୟାଧୁନିକ ପରୀକ୍ଷଣ ଏବଂ ପ୍ରକ୍ରିୟାକରଣ ଯନ୍ତ୍ରପାତି ଅଛି।
ପାରାଦୀପ ସ୍ଥିତ ପିଏଡିସି ନୂଆ ପୁଞ୍ଜିନିବେଶକାରୀ ଓ ଉଦ୍ୟୋଗୀଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ଏବଂ ଶିଳ୍ପ ପ୍ରତିଷ୍ଠା କରିବା ଓ ନିବେଶକଙ୍କ ପାଇଁ ପ୍ରସ୍ତୁତ ଉତ୍ପାଦ ଗୁଡିକ ପାଇଁ ବଜାର ପ୍ରତିଷ୍ଠା କରିବାକୁ ସହଯୋଗ କରିବ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories