ହାଇଦରାବାଦ : ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କେର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲଙ୍ଗାନା ସରକାର ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଇଛନ୍ତି। ସହିଦ ସନ୍ତୋଷଙ୍କ ପତ୍ନୀ ସନ୍ତୋଷୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୂର୍ଯ୍ୟପେଟ ଜିଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି। କେର୍ଣ୍ଣଲ ସନ୍ତୋଷଙ୍କ ଘରେ ପତ୍ନୀ ସହିତ ପୁଅ-ଝିଅ ଓ ବାପ-ମା ଅଛନ୍ତି। ସହିଦ ସନ୍ତୋଷଙ୍କ ପିତା ଜଣେ ଶାରୀରିକ ଶିକ୍ଷା ଶିକ୍ଷକ। ସହିଦ ସନ୍ତୋଷଙ୍କ ପତ୍ନୀଙ୍କୁ ଚାକିରି ସହିତ ତେଲଙ୍ଗାନା ସରକାର ତାଙ୍କ ପରିବାରକୁ ୫କୋଟି ଟଙ୍କା ଓ ୬୦୦ ୟାର୍ଡ ସରକାରୀ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସହିଦ ସନ୍ତୋଷ ହାଇଦରାବାଦର ସୈନିକ ସ୍କୁଲରୁ ପାଠପଢା ଶେଷ ପରେ ଏନଡିଏ ପାଇଁ ମନୋନୀତ ହୋଇଥିଲେ। ୨୦୦୪ରେ ସେ ସେନାରେ ଯୋଗ ଦେଇଥିଲେ।
ସହିଦ କେର୍ଣ୍ଣଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଲେ ତେଲଙ୍ଗାନା ସରକାର
Popular Categories



