www.samajalive.in
Saturday, December 6, 2025
19.1 C
Bhubaneswar

ଚୀନ କମ୍ପାନୀଙ୍କୁ ଝଟ୍‌କା: ୫ ହଜାର କୋଟିର ଚୁକ୍ତିନାମା ଉପରେ ପ୍ରତିବନ୍ଧକ ଲଗାଇଲେ ମହାରାଷ୍ଟ୍ର ସରକାର

ମୁମ୍ବଇ: ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚୀନକୁ ନେଇ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳଉଛି। ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରୁଛନ୍ତି। ସରକାର ମଧ୍ୟ ଯଥାସମ୍ଭବ ଚୀନ କମ୍ପାନୀଗୁଡ଼ିକ ସହିତ ସମ୍ପର୍କ କମାଇବାକୁ ଉଦ୍ୟମ କରୁଛନ୍ତି।

ଏହି ସମୟରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ୀ ସରକାର ୩ଟି ଚୀନ କମ୍ପାନୀ ସହିତ ଚୁକ୍ତି ହୋଇଥିବା ପ୍ରକଳ୍ପଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ୩ଟି କମ୍ପାନୀ ସହିତ ପ୍ରାୟ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଲାଗି ଚୁକ୍ତିନାମା ହୋଇଥିଲା। ନିକଟରେ ମ୍ୟାଗ୍ନେଟିକ୍‌ ମହାରାଷ୍ଟ୍ର ୨.୦ ନିବେଶକ ସମ୍ମିଳନୀରେ ଚୀନ କମ୍ପାନୀଗୁଡ଼ିକ ସହିତ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ତେବେ ବର୍ତ୍ତମାନ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରକଳ୍ପଗୁଡ଼ିକ ଉପରେ ରୋକ୍‌ ଲଗାଇଛନ୍ତି।

- Advertisement -

ପୁଣେ ନିକଟରେ ତଲେଗାଓଁରେ ଏକ ଅଟୋମୋବାଇଲ କାରଖାନା ପ୍ରତିଷ୍ଠା ଲାଗି ଗ୍ରେଟ୍‌ ୱାଲ ମୋଟର୍ସ ସହିତ ୩୭୭୦ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର ହୋଇଥିଲା। ସେହିପରି ଚୀନର ଫୋଟନ ନାମକ ଏକ କମ୍ପାନୀ ସହିତ ପିଏମଆଇ ଇଲେକ୍‌ଟ୍ରୋ ମୋବିଲିଟି ୧ ହଜାର କୋଟି ଟଙ୍କାର ୟୁନିଟ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାବ୍ୟତୀତ ଚୀନର ହେଙ୍ଗଲୀ ଇଞ୍ଜିନିୟରିଂ କମ୍ପାନୀ ସହିତ ତଲେଗାଓଁ ପ୍ରୋଜେକ୍ଟରେ ୨୫୦ କୋଟି ଟଙ୍କା ନିବେଶ ପାଇଁ ମଧ୍ୟ ଆଉ ଏକ ଚୁକ୍ତି ହୋଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories