www.samajalive.in
Friday, December 12, 2025
19.1 C
Bhubaneswar

୫୭ କ୍ରିକେଟ ଖେଳାଳିଙ୍କୁ ଆର୍ଥିକ ସହାୟତା ଦେବ ଭାରତୀୟ କ୍ରିକେଟର୍ସ ଆସୋସିଏସନ

ନୂଆଦିଲ୍ଲୀ: କରୋନା ସଂକ୍ରମଣଜନିତ ପରିସ୍ଥିତିରେ ଦେଶର ଅନେକ କ୍ରିକେଟର୍‌ ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ସେମାନଙ୍କ ନିମନ୍ତେ ଆର୍ଥିକ ସହାୟତାର ହାତ ବଢ଼ାଇଛି ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍‌ (ଆଇସିଏ)। ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ଆଇସିଏ ତରଫରୁ ୭୮ ଲକ୍ଷ ଟଙ୍କାର ଅନୁଦାନ ରାଶି ସଂଗୃହୀତ ହୋଇଛି।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ ୩୦ ଜଣ ପୂର୍ବତନ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ବିଭିନ୍ନ କ୍ରିକେଟର୍‌ଙ୍କଠାରୁ ବ୍ୟାପକ ଆର୍ଥିକ ଅନୁଦାନ ମିଳିଥିବାରୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର୍‌ଙ୍କୁ ମିଶାଇ ୫୭ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନାନୁଯାୟୀ ଦୃଷ୍ଟିବାଧିତ କ୍ରିକେଟର୍‌ ଶେଖର ନାଏକ ସହାୟତା ହାସଲକାରୀ ତାଲିକାରେ ରହିଛନ୍ତି। ଶେଖର ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ଏହାବାଦ୍‌ ପରଲୋକଗତ ୩ଜଣ ପୂର୍ବତନ କ୍ରିକେଟର୍‌ଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ୩ଟି ବିଭାଗରେ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏ’ ବିଭାଗରେ ଥିବା କ୍ରିକେଟର୍‌ମାନେ ୧ ଲକ୍ଷ ଟଙ୍କା ପାଇବାକୁ ଥିବା ବେଳେ ବି’ ବିଭାଗରେ ଥିବା କ୍ରିକେଟର୍‌ ୮୦ ହଜାର ଓ ସି’ ବିଭାଗରେ ଥିବା କ୍ରିକେଟର୍‌ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories