www.samajalive.in
Saturday, December 13, 2025
17.1 C
Bhubaneswar

ସରକାରୀ ଜମିକୁ ନେଇ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ମୁହାଁମୁହିଁ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ଜମି ବିବାଦକୁ ନେଇ ୫ ଦିନ ହେଲା ଖଣ୍ଡାକାତି ଠେଙ୍ଗା ଧରି ମୁହାଁମୁହିଁ ହେଉଛନ୍ତି । ଅଡବା ପୁଲିସ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ପ୍ରଭାକର ଗାଂଟା ଓ ପୁଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ୧୦ ଜଣିଆ ଟିମ୍‍ ଗଠନ କରି ଶାନ୍ତି କମିଟି ପାଇଁ ସନ୍ଧ୍ୟାରେ ଡକାଇଛନ୍ତି। ଏହାପରେ ଗହଳି ଭାଙ୍ଗିଥିଲା।

ସୂଚନା ଅନୁଯାୟୀ,  ଝିଲିକି ଗ୍ରାମ ୨୫୦ ପରିବାର ଓଡିଆ ଓ ହରିଜନ ସାହି ମିଶାଇ ଗାଁ ନିକଟ ଠାରୁ ମାତ୍ର କିଛି ଦୂରରେ ସରକାରୀ ଖାତା ନଂ ୫୧/୬୭ ଜମିରେ ୧୩୦୦ ଏକ୍ଟରରେ ପୂର୍ବ ପୁରୁଷ ଅମଳରୁ ଚାଷ ବାସ କରି ପରିବାର ପୋଷି ଆସୁଛନ୍ତି। ଗତ କିଛି ବର୍ଷ ହେଲ ଅଳ୍ପ ଜମି ଚାଷ କରୁଥିବା ବେଳେ ଗୁଡ୍ରିପଦା ଗ୍ରାମବାସୀ ଏହାକୁ ଅକ୍ତିଆର କରି ଚାଷ କରିବାରେ ଲାଗିଛନ୍ତି। ବର୍ତମାନ ଲକଡାଉନ ଯୋଗୁଁ କରୁଣା ମହାମାରୀର ଭୟରେ ବାହାରେ ଦାଦନ ଖଟୁଥିବା ଶ୍ରମିକ ମାନଙ୍କୁ ନିଜ ଗ୍ରାମକୁ ଫେରାଇ ଆଣିଛନ୍ତି। ସେପରି ଝିଲିକର ୫୦ ରୁ ଊର୍ଦ୍ଧ୍ବ ଲୋକେ ନିଜ ଗାଁକୁ ଫେରି ଆସିଛନ୍ତି। କାମ ନଥିବା ଯୋଗୁଁ ପରିବାର ଲୋକେ କହିବା ପରେ ଉକ୍ତ ଜମିକୁ ଯାଇ ୫ ଦିନ ହେବ ଚାଷ କରୁଥିବା ବେଳେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ସମୟରେ ପୁଲିସ ପହଂଚି ପୁଲିସ ପହଂଚି ଏହାକୁ ସ୍ତଗିତ କରାଇଥିଲା। ଅପର ପକ୍ଷେ ଗୁଡ୍ରିପଦା ଗ୍ରାମରେ ୮୮ ପରିବାର ରହୁଥିବା ବେଳେ ସେମାନେ ବୁଡି ଅଂଚଳରେ ବସବାସ କରି ଆସୁଥିଲେ। ସେମାନଙ୍କୁ ବୁଡି ଅଂଚଳରୁ ଉଦ୍ଧାର କରି ପ୍ରଶାସନ ପ୍ରତ୍ୟେକ ପରିାବରକୁ ୬୦ ସେଂଟ ଲେଖାଏ ଜମି ପ୍ରଦାନ କରିଥିଲେ। କିନ୍ତୁ ପରିବାରର ଲୋକ ସଂଖ୍ୟା ବଢିଯାଇଥିବା ଯୋଗୁଁ ଉକ୍ତ ଜାଗାରେ ଚଳିବା ମୁସ୍କିଲ ହୋଇ ପଡିଛି। ଯାହା ଫଳରେ ସେମାନେ ଉକ୍ତ ଜମିକୁ କବଜା କରି ଚାଷ ବାସ କରି ନିଜସ୍ୱ କରିବା ପାଇଁ ଚାହିଁ ଛନ୍ତି। ଗାଁର ମେମ୍ବର ନରସିଂହ ମଲ୍ଲିକ କହିବା ପ୍ରକାରେ ବହୁବାର ପ୍ରଶାସନ ଓ ଜିଲ୍ଲାଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଥଇଥାନ ଜାଗାର କୌଣସି କାଗଜ ପତ୍ର ଆମକୁ ପ୍ରଦାନ କରାଯାଇନି କିମ୍ବା ଆମକୁ ଆମ ପରିବାର ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଯାହା ଫଳରେ ଉକ୍ତ ଜମିରେ ଆମେ ଚାଷ ବାସ କରି ଚଳୁଛୁ। ଝିଲିକି ଗ୍ରାମର ମେମ୍ବର କୌଳାଶ ପାତ୍ରଙ୍କ କହିବା ଅନୁସାରେ ସେମାନେ ବୁଡି ଅଂଚଳରେ ରହି ଆସୁଥିଲେ। ବୁଢି ଅଂଚଳରୁ ଉଦ୍ଧାର କରି ପ୍ରଶାସନ ସେମାନଙ୍କ ରହିବା ପାଇଁ ଝିଲିକି ମଉଜାର କିଛି ସ୍ତାନରେ ଜାଗା ଚୟନ କରି ପ୍ରଦାନ କରାଯାଇଥିଲା। ଯାହା ଫଳରେ ସେମାନେ ରହିବା ପରେ ଉକ୍ତ ଗାଁକୁ ଗୁଡ୍ରିପଦା ନାମରେ ନାମିତ କରାଯାଇଛି। ସେମାନେ ପରିବାର ପ୍ରତିପୋଷଣ ପାଇଁ ମାଛ ଚାଷ କରି ବଂଚିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଡଙ୍ଗା, ଜାଲ, ବାଇକ ଆଦି ପ୍ରଦାନ କରାଯାଇଛି। ଯାହା କି ସେମାନଙ୍କର କିଛି କ୍ଷତି ନ ହୁଏ ଏଥି ନିମନ୍ତେ ପ୍ରଶାସନ ଯୋଗାଇ ଅସିଅଛି। କିନ୍ତୁ ସେମାନେ ଅତ୍ୟନ୍ତ ଲୋଭରେ ୭୦୦ ଏକ୍ଟର ଜମିକୁ କବଜା କରି ମାଡି ବସିଅଛନ୍ତି। ଯାହାକୁ ନେଇ ପୁର୍ବ ପୁରୁଷ ଅମଳକୁ ଝିଲିକି ଗ୍ରାମବାସୀ ଚାଷ କରି ଆସୁଥିଲେ। ଏହି ବିବାଦ ବହୁ ଦିନ ଆଗରୁ ଲାଗି ରହିଥିବା ବେଳେ ୨ ଗାଁ ମଧ୍ୟରେ ମୁହଁମୁହିଁ ହେବା ସହ ରାସ୍ତାରେ ଦୁଇ ଜାଗାରେ ବଡ ବଡ ଗଛ କାଟି ପକାଇଥିଲେ ଗ୍ରାମବାସୀ ଏହାକୁ ପୁଲିସ ପ୍ରଶାସନ ଓ ଉକ୍ତଲୋକ ମିଶି ରାସ୍ତାରୁ ଗଛ ହଟାଇଥିଲେ। ଯାହା ଫଳରେ ଯାତାୟତ ସମ୍ଭବ ହୋଇଥିଲା। ଏହି ବିଷୟରେ ସ୍ଥାନୀୟ କଲ୍ୟାଣି ସଂଘମିତ୍ରା ଦେବୀଙ୍କୁ ଯୋଗାଯୋଗ ହୋଇ ପାରିନାହିଁ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories