www.samajalive.in
Monday, December 8, 2025
13.1 C
Bhubaneswar

ଏକଲବ୍ୟ ପୁରସ୍କାର ୨୦୨୦ ପାଇଁ ଦରଖାସ୍ତ ଆହ୍ବାନ

କଟକ : ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର-୨୦୨୦ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଛି। ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର। ଯାହାର ନଗଦ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ରହିଛି। ଏହାଛଡ଼ା ଦୁଇଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଯାହାର ପୁରସ୍କାର ରାଶି ୫୦ ହଜାର ଟଙ୍କା ଲେଖାଏଁ ରହିଛି।

ଆଗ୍ରହୀ କ୍ରୀଡ଼ାବିତ୍‌ମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ, ବୋର୍ଡ, ସଂଘ, ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ଦରଖାସ୍ତ ପଠାଇ ପାରିବେ। ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ପ୍ରାର୍ଥୀମାନେ ନିଜର ବୟସ ପ୍ରମାଣପତ୍ର ସହ ଗତ ଦୁଇବର୍ଷ( ୨୦୧୮ ଏପ୍ରିଲ ରୁ ୨୦୨୦ ମାର୍ଚ୍ଚ) ମଧ୍ୟରେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ବର ପ୍ରମାଣପତ୍ର ସହିତ ଦରଖାସ୍ତ ଅଗଷ୍ଟ ୩୧ ସୁଦ୍ଧା ଏକଲବ୍ୟ ପୁରସ୍କାର ଇମ୍ପା ଟ୍ରଷ୍ଟ, ବମିଖାଲ, ଭୁବନେଶ୍ବର- ୭୫୧୦୧୦ ଠିକଣାରେ ଆବେଦନ କରିପାରିବେ ବୋଲି ଏକଲବ୍ୟ ପୁରସ୍କାର କମିଟି ଆବାହକ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories