www.samajalive.in
Monday, December 8, 2025
13.1 C
Bhubaneswar

ବାହା ନ ହେଲେ ଦେବାକୁ ପଡ଼ିବ ଟିକସ; ଇରାନ ସରକାରଙ୍କୁ ପ୍ରସ୍ତାବ ଦେଲେ ଧର୍ମଗୁରୁ

ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥା ସୁଧାରିବା ଓ ଦେଶର ସୈନ୍ୟଶକ୍ତିକୁ ମଜବୁତ କରିବା ପାଇଁ ଇରାନର ଜଣେ ଧର୍ମଗୁରୁ ସରକାରଙ୍କୁ ଦେଇଛନ୍ତି ବିଚିତ୍ର ପ୍ରସ୍ତାବ । ଯେଉଁ ଯୁବକମାନେ ୨୮ ବର୍ଷ ପରେ ମଧ୍ୟ ବିବାହ କରୁ ନାହାନ୍ତି ସେମାନଙ୍କଠାରୁ ଟିକସ ଆଦାୟ କରାଯାଉ ବୋଲି ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।  

ତେହେରାନ: ଇରାନରେ ବର୍ଷକୁ ବର୍ଷ ହ୍ରାସ ପାଉଛି ଶିଶୁ ଜନ୍ମ ହାର । ଏହାକୁ ଦୃଷ୍ଟିରେ ରଖି ଦେଶର ଜଣେ ଧର୍ମଗୁରୁ ମହମମଦ ଇଦ୍ରିସ ସଂସଦ ଓ ପ୍ରଶାସନକୁ ଏକ ବିଚିତ୍ର ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ବିବାହ କରୁନାହାନ୍ତି ତାଙ୍କଠାରୁ ଟିକସ ଆଦାୟ କରାଯିବା ଆବଶ୍ରକ । ଯେଉଁମାନଙ୍କ ବିବାହ ୨୮ ବର୍ଷ ପର୍ଯ୍ୟନ୍ତ ହେଉନାହିଁ, ସେମାନଙ୍କଠାରୁ ଗୋଟିଏ ବିବାହରେ ଯେତିକି ସାଧାରଣତଃ ଖର୍ଚ ହେଉଛି ସେତିକି ମୂଲ୍ୟର ଟିକସ ଆଦାୟ କରାଯିବା ଉଚିତ୍ । ଏହା ସହ ଅବିବାହିତମାନଙ୍କୁ ଉଚ୍ଚ ପଦରେ ନିଯୁକ୍ତି ଓ ବିଶ୍ବବିଦ୍ୟାଳୟରେ ଶିକ୍ଷକତାରୁ ମଧ୍ୟ ବାରଣ କରାଯିବା ଆବଶ୍ୟକ ବୋଲି ମହମ୍ମଦ ଇଦ୍ରିସ କହିଛନ୍ତି ।

- Advertisement -

ତାଙ୍କର ପ୍ରସ୍ତାବ ପଛରେ ରହିଛି ସେନାରେ ଜବାନଙ୍କ ସଂଖ୍ୟା ବୃଦ୍ଧି । ଯାହା ଫଳରେ ଦେଶର ସେନା ଶକ୍ତି ବଢ଼ିବ ଓ ଦେଶ ମଜବୁତ ହେବ । ମାତ୍ର ଧର୍ମଗୁରୁଙ୍କ ଏହି ପ୍ରସ୍ତାବ ଇରାନରେ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇଛି । ଟ୍ବିଟରରେ ‘କମ୍ପଲସରି ମ୍ୟାରେଜ୍ ହାସଟ୍ୟାଗ’ ସହ ଯୁବକମାନେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ବାସ୍ତବରେ ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ମୁଁ ଏକ କାର୍ ବା ଘର ପୁରସ୍କାର ପାଇବି ବୋଲି ଆଶା ରଖିଛି, ଏଇଥି ପାଇଁ ଯେ ମୁଁ ମାତ୍ର ୧୮ ବର୍ଷ ବୟସରେ ବିବାହ କରିଛି । ମୋତେ କଣ  ସୁବିଧା ମିଳିବ ?

ସେହିପରି ଅନ୍ୟଜଣେ ୟୁଜର  ଲେଖିଛନ୍ତି ଯେ ମୁଁ ବିବାହ ବୟସକୁ ନେଇ ଚିନ୍ତିତ ନୁହେଁ, ମାତ୍ର ଏହି ବିଷୟ ଉପରେ ମୁଁ ଚିନ୍ତିତ ଯେ ସଂସଦର ଆଗାମୀ ଅଧିବେଶନରେ ୩୦ ବର୍ଷ ପୂର୍ବରୁ ସନ୍ତାନ ଜନ୍ମ କାଳେ ଅନିବାର୍ଯ୍ୟ କରି ଦିଆଯିବ । ଆଉଜଣେ ୟୁଜର ‘ମୁଁ ବିବାହ ବୟସର ୧ ବର୍ଷ, ୧ ମାସ ଓ ୧୨ ଦିନ ପଛରେ ଅଛି’ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଇରାନରେ ଯୁବକମାନଙ୍କ ବିବାହ ବୟସ ୨୦ ଓ ଯୁବତୀଙ୍କର ବିବାହ ବୟସ ୧୮ ବର୍ଷ ରହିଛି । ମାତ୍ର କେତେକ ସ୍ଥଳରେ ସେମାନଙ୍କୁ ଯଥାକ୍ରମେ ୧୫ ଓ ୧୩ ବର୍ଷ ବୟସରେ ବି ବିବାହ ନିମନ୍ତେ ଅନୁମତି ଦିଆଯାଉଛି । ବେକାରୀ ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ହାରାହାରି ବିବାହ ବୟସ ଯୁବକଙ୍କ କ୍ଷେତ୍ରରେ ୨୮.୧ ବର୍ଷ ଓ ଯୁବତୀଙ୍କ କ୍ଷେତ୍ରରେ ୨୩.୪ ବର୍ଷକୁ ବୃଦ୍ଧି ପାଇଛି । ଏହା ସହ ଦେଶରେ ଶିଶୁ ଜନ୍ମହାର ହ୍ରାସ ପାଇଛି । ୨୦୨୦ରେ ଜନ୍ମହାର ଦେଶରେ ୨.୯୭%, ୨୦୨୯ରେ ୨.୮୮% ହ୍ରାସ ପାଇଛି । ଦେଶର ଜନସଂଖ୍ୟା ଏବେ ୮.୧୮ କୋଟି ରହିଛି। ଏପରି ସ୍ଥିତିରେ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲୀ ଖମନୀ ଦେଶର ଜନସଂଖ୍ୟା ୨୦୫୦ ସୁଦ୍ଧା ଦୁଇଗୁଣ ହେବା ଉପରେ ଗୁରୁତ୍ବ ଦେଉଛନ୍ତି । ଏହା ସତ୍ତ୍ବେ ଯୁବକଯୁବତୀମାନେ ବିବାହ କରିବାକୁ ବିଳମ୍ବ କରୁଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories