www.samajalive.in
Saturday, December 6, 2025
26.1 C
Bhubaneswar

ଏହି ରାଶିର ବ୍ୟକ୍ତି କରନ୍ତୁ ନାହିଁ ପରାଗ ଦର୍ଶନ; ଅଶୁଭ ଥିବାରୁ ବାରଣ କରିଛି ଜ୍ୟୋତିଷ ଶାସ୍ତ୍ର

ସମାଜ ପୋର୍ଟାଲ ଡେସ୍କ: ସାଧାରଣତଃ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟ ଆସିଲେ ଲୋକେ ବ୍ୟସ୍ତ ହୋଇ ପଡ଼ନ୍ତି। କେତେବେଳେ ଲାଗିବ, କେତେବେଳେ ଛାଡ଼ିବ ଓ ପାକ ତ୍ୟାଗ ଆଦି ଜାଣିବାକୁ ବ୍ୟଗ୍ର ହୁଅନ୍ତି। ଏହା ସହିତ କେଉଁ ରାଶି ପାଇଁ ପରାଗ ବା ଗ୍ରହଣ ଦର୍ଶନ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ ତାହା ଜାଣିବା ପାଇଁ ବିଶେଷ ଆଗ୍ରହୀ ଥାଆନ୍ତି। ତେବେ ଆସନ୍ତା ରବିବାର ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡ଼ୁଛି। ଏହା ଏକ ବିରଳ ପରାଗ। ଏହି ଦିନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ପରାଗ ଦର୍ଶନ ଖୁବ୍‍ ଅଶୁଭ ହୋଇଥିବା ବେଳେ ଅନ୍ୟ ପକ୍ଷରେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳଦାୟୀ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ପରାଗ ଦର୍ଶନ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ –

ପରାଗ ଦର୍ଶନେ ଅଶୁଭ ରାଶି: ଜ୍ୟୋତିଷ ଗଣନା ଅନୁସାରେ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଓ ଧନୁ ରାଶି ପାଇଁ ପରାଗ ଦର୍ଶନ ଖୁବ୍‍ ଅଶୁଭ ରହିଛି। ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ଯଥା ସମ୍ଭବ ପରାଗ ଦଶର୍ନ ନ କରିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଘରେ ରୁହନ୍ତୁ।

- Advertisement -

ପରାଗ ଦର୍ଶନେ ଶୁଭ ରାଶି: ଅନ୍ୟ ପକ୍ଷରେ, ମେଷ, ବୃଷ, ସିଂହ, ମକର, କୁମ୍ଭ ଓ ମୀନ ରାଶି ପାଇଁ ପରାଗ ଦର୍ଶନ ଶୁଭ ରହିଛି। ଏହି ରାଶିର ବ୍ୟକ୍ତି ବିଶେଷ ରବିବାର ଦିନ ପରାଗ ଦର୍ଶନ କରନ୍ତୁ। ମାତ୍ର ଧ୍ୟାନ ରଖନ୍ତୁ, ଖାଲି ଆଖିରେ ଦର୍ଶନ କରିବେ ନାହିଁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories