www.samajalive.in
Thursday, December 11, 2025
14.1 C
Bhubaneswar

ମୁକେଶ ଅମ୍ବାନୀ ହେଲେ ବିଶ୍ବର ୧୧ତମ ଧନୀ: ସମ୍ପତ୍ତି ୬୦ ବିଲିୟନ୍ ଡଲାରରୁ ଅଧିକ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ଲକଡାଉନ୍ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। କିନ୍ତୁ ଏହାର ପ୍ରଭାବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ପଡ଼ିନାହିଁ। ଏଭଳି ସମୟରେ ମୁକେଶଙ୍କ ସମ୍ପତ୍ତି ପରିମାଣରେ ବୃଦ୍ଧି ଘଟିଚାଲିଛି ।  ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅମ୍ବାନୀ ଶୁକ୍ରବାର ବିଶ୍ୱର ଏକାଦଶତମ ଧନୀ ବ୍ୟକ୍ତି ପାଲଟିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ ପ୍ରଥମଥର ୬୦ ବିଲିୟନ୍ ଡଲାର୍ ଅତିକ୍ରମ କରିଛି, ଯାହାକି ଭାରତୀୟ ମୂଲ୍ୟ ଅନୁସାରେ ୪ଲକ୍ଷ ୫୮ହଜାର କୋଟି ଟଙ୍କା ହେବ। ଏହାସହ ମୁକେଶ ଅମ୍ବାନୀ ସ୍ପାନିଶ୍ ଫ୍ୟାଶନ୍ ରିଟେଲ୍ ଚେନ୍ ବ୍ୟବସ୍ଥାର ସମ୍ରାଟ ଓ ପୂର୍ବତନ ଚେୟରମ୍ୟାନ୍ ଆମାନ୍‌ସିଓ ଓର୍ଟେଗାଙ୍କୁ ପଛରେ ପକାଇଛନ୍ତି। ଓର୍ଟେଗାଙ୍କ ବର୍ତ୍ତମାନ ସମ୍ପତ୍ତି ୫୯ ବିଲିୟନ୍ ଡଲାର।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧.୧୬ ବିଲିୟନ୍ ଡଲାରର ବୃଦ୍ଧି ହୋଇଛି।  କାରଣ ଆରଆଇଏଲର ସେୟାର ମୂଲ୍ୟ ଶୁକ୍ରବାର ରେକର୍ଡ ୧୭୩୭.୯୮ ଟଙ୍କାରେ ପହଞ୍ଚିଛି, ଯାହାକି କାରବାର ବନ୍ଦ ସମୟର ମୂଲ୍ୟ ୧୬୫୫ ଟଙ୍କା ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ। କେବଳ ଏତିକି ନୁହେଁ ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ଏବେ ଭାରତର ୪ ଅରବପତିଙ୍କ ସମ୍ପତ୍ତିର ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇଯାଇଛି । ଏହି ୪ ଅରବପତି ହେଉଛନ୍ତି, ଅଜ୍‌ମୀ ପ୍ରେମ୍‌ଜୀ(୧୬ ବିଲିୟନ୍‌ ଡଲାର), ଶିବ ନାଦର(୧୫ ବିଲିୟନ୍‌ ଡଲାର), ଗୌତମ ଆଦାନୀ (୧୨.୮ ବିଲିୟନ୍‌ ଡଲାର) ଏବଂ ରାଧାକୃଷ୍ଣ ଦମାନୀ(୧୨.୨ ବିଲିୟନ୍‌ ଡଲାର । ଏହାଛଡା ବର୍ତ୍ତମାନ ଆର୍‌ଆଇଏଲ୍‌ ଏକ ନେଟ୍‌ ଋଣମୁକ୍ତ କମ୍ପାନୀର ପରିଣତ ହୋଇଛି।

- Advertisement -

ମୁକେଶ ଅମ୍ବାନୀ କହିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଋଣମୁକ୍ତ କରିବା ନେଇ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ ହୋଇଛି। ୨୦୧୯ରେ କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ସଭାରେ ସେ ଯେଉଁ ସମୟସୀମା କରାଯାଇଥିଲା, ତା’ର ୯ମାସ ପୂର୍ବରୁ କମ୍ପାନୀ ଋଣମୁକ୍ତ ହୋଇଯାଇଛି। ଅର୍ଥାତ୍ ସେ ୩୧, ମାର୍ଚ୍ଚ ୨୦୨୧ ସୁଦ୍ଧା କମ୍ପାନୀ ଋଣ ମୁକ୍ତ ହେବ ବୋଲି କହିଥିଲେ। ସୂଚନାଯୋଗ୍ୟ, ରିଲାଏନ୍ସ କମ୍ପାନୀ ଉପରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧,୧୬,୦୩୫ ଲକ୍ଷ କୋଟି ଟଙ୍କାର ଋଣ ଥିଲା। ତେବେ ଜିଓରେ ୫୮ ଦିନ ଭିତରେ ୧,୬୮,୮୧୮ କୋଟି ଟଙ୍କାର ନିବେଶ ଆସିସାରିଛି। ଯାହା ଫଳରେ କମ୍ପାନୀ ଏବେ ଋଣମୁକ୍ତ ହୋଇପାରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories