www.samajalive.in
Wednesday, December 10, 2025
18.1 C
Bhubaneswar

ଆମେ ଶାନ୍ତି ଚାହୁଁଛୁ, ଉସୁକାଇଲେ କଡ଼ା ଜବାବ୍ ଦେବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନାର ବଢୁଥିବର ପ୍ରଭାବକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକ ଆରମ୍ଭରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଚୀନ୍ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଥିଲେ। ପୂର୍ବ ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ସେ ଭାରତୀୟ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଚୀନ୍‌ର ନାମ ନ ନେଇ ତାକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ ଅକ୍ଷେପ କରି କହିଛନ୍ତି ଯେ, ଭାରତର ଅଖଣ୍ଡତା ସବୁଠାରୁ ବଡ଼। ଆମେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚାହୁଁଛୁ ମାତ୍ର ଉସୁ‌କାଇଲେ କଡ଼ା ଜବାବ୍ ଦେବୁ ବୋଲି ରୋକଠକ୍ ଭାବେ କହିଛନ୍ତି।

ତେବେ ପଢନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଭାଷଣ……..

- Advertisement -

ବନ୍ଧୁଗଣ,

ଭାରତ ମାତାଙ୍କର ସାହସୀ ପୁତ୍ର(ସୈନିକମାନେ ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ଆମର ମାତୃଭୂମିକୁ ସୁରକ୍ଷା ଦେବାବେଳେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଦେଶର ସେବାରେ ଏହି ମହାନ ବଳିଦାନ ପାଇଁ ମୁଁ ତାଙ୍କୁ ପ୍ରଣାମ କରୁଛି, ତାଙ୍କୁ କୃତଜ୍ଞତା ଜଣାଉଛି।

ଏହି ଦୁଃଖଦ ସମୟରେ ମୁଁ ମୋର  ଯବାନମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଆଜି ସମଗ୍ର ଦେଶ ଆପଣଙ୍କ ସହିତ ଅଛି, ଦେଶର ଭାବନା ଆପଣଙ୍କ ସହିତ ଅଛି। ଆମର ସହିଦମାନଙ୍କ ଏହି ବଳିଦାନ କେବେ ହେଲେ ବୃଥା ଜିବ ନାହିଁ | ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଦେଶର ପ୍ରତ୍ୟେକ ଇଞ୍ଚ୍ ଜମି, ଦେଶର ଆତ୍ମ ସମ୍ମାନକୁ ଦୃଢ ଭାବରେ ରକ୍ଷା କରିବ।

ଭାରତ ହେଉଛି ଏକ ଶାନ୍ତି ପ୍ରିୟ ଦେଶ। ଆମର ଇତିହାସ କହୁଛି ଯେ ଆମେ ଶାନ୍ତିରେ ବିଶ୍ଵାସ କରୁ। ପ୍ରତ୍ୟେକ ଯୁଗରେ, ଆମେ ସମଗ୍ର ବିଶ୍ୱର ଶାନ୍ତି, ସମଗ୍ର ମାନବିକତାର କଲ୍ୟାଣ ପାଇଁ ଇଚ୍ଛା କରିଛୁ। ଆମେ ସବୁବେଳେ ଆମର ସହଯୋଗୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଢଙ୍ଗରେ ଆମ ପଡ଼ୋଶୀମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଛୁ।

ଆମେ କଦାପି କାହାକୁ ଉତ୍ତେଜିତ କରୁନାହୁଁ, କିନ୍ତୁ ଆମ ଦେଶର ଅଖଣ୍ଡତା ଏବଂ ସାର୍ବଭମତ୍ୱ ସହିତ ମଧ୍ୟ ଆପୋଷ ବୁଝାମଣା କରୁନାହୁଁ। ଯେତେବେଳେ ବି ସମୟ ଆସିଛି, ଆମେ ଆମର ଶକ୍ତି ପ୍ରଦର୍ଶନ କରିଛୁ, ଦେଶର ଅଖଣ୍ଡତା ଏବଂ ସାର୍ବଭମତ୍ୱ ରକ୍ଷା କରିବାରେ ଆମର ସାମର୍ଥ୍ୟ ପ୍ରମାଣ କରିଛୁ।

ଭାରତର ଅଖଣ୍ଡତା ଏବଂ ସାର୍ବଭମତ୍ୱ ଆମ ପାଇଁ ସର୍ବୋଚ୍ଚ ଏବଂ ଏହାକୁ ସୁରକ୍ଷା ଦେବାରେ ଆମକୁ କେହି ରୋକି ପାରିବେ ନାହିଁ। ଏହି ବିଷୟରେ କାହାର ଦ୍ୱନ୍ଦ୍ୱ କିମ୍ବା ସନ୍ଦେହ ରହିବା ଉଚିତ୍ ନୁହେଁ। ଭାରତ ଶାନ୍ତି ଚାହୁଁଛି କିନ୍ତୁ ଭାରତକୁ ଉତ୍ତେଜିତ କରିବାକୁ ପ୍ରୟାସ କଲେ ଏହା କଡ଼ା ଜବାବ୍ ମଧ୍ୟ ଦିଆଯିବ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories