www.samajalive.in
Tuesday, December 9, 2025
16.1 C
Bhubaneswar

ଉସକାଇବା ପରେ ଶାନ୍ତି ଚାହୁଁଛି ଚୀନ, ଫୋନରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସହ କଥା ହେଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଭାରତ-ଚୀନ ସୈନିକ ମଧ୍ୟରେ ସୋମବାର ରାତିରେ ହିଂସାତ୍ମକ ସଂଘର୍ଷ ମଧ୍ୟରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ଫୋନରେ କଥା ହୋଇଛନ୍ତି ।ସୀମାରେ ଉତ୍ତେଜନା ପରେ ଶାନ୍ତି ଚାହୁଁଛି ଚୀନ । ଆଜି ଉଭୟ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ଏଲଏସିରେ ସଂଘର୍ଷ କରିବା ପରେ ଏବେ ଚୀନ ଆଲୋଚନା ଜରିଆରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଛି ।ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଆଲୋଚନାରେ ଶାନ୍ତି ପାଇଁ ଜୋର୍ ଦେଇଛନ୍ତି ଏବଂ କୁହାଯାଇଛି ଯେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସହମତିକୁ ଭାରତ ଓ ଚୀନକୁ ଅନୁସରଣ କରିବା ଉଚିତ ।

ଚୀନ ବୈଦେଶିକ ମନ୍ତ୍ରୀ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ଉଭୟ ପକ୍ଷକୁ ମତଭେଦ ଦୂର କରିବା ପାଇଁ ସାଂପ୍ରତିକ ଆପୋଷ ଆଲୋଚନାକୁ ମଜବୁତ କରିବା ଉଚିତ୍ । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଫୋନରେ କଥା ହୋଇ ଯଥା ଶୀଘ୍ର ଉତ୍ତେଜନା ହ୍ରାସ ପାଇଁ ସହମତ ହୋଇଛନ୍ତି । ପରସ୍ପର ମଧ୍ୟରେ ସହଯୋଗ ରଖି ଗଲଓ୍ଵାନ ବିବାଦର ସମାଧାନ କରିବାକୁ ଉଭୟେ ରାଜି ହୋଇଛନ୍ତି ।

- Advertisement -

ଅନ୍ୟପଟେ ଏହି ଆଲୋଚନା ଅବସରରେ ଚୀନ ବିଦେଶ ମନ୍ତ୍ରୀ ଓଲଟା ଭାରତୀୟ ସେନାକୁ ଏହି ବିବାଦ ପାଇଁ ଦାୟୀ କରିଛନ୍ତି । ଯେଉଁମାନେ ଏହି ବିବାଦ ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଚୀନ ଦାବି କରିଛି । ଭାରତୀୟ ପକ୍ଷ ଗଲଓ୍ଵାନକୁ ନେଇ କରାଯାଇଥିବା ପୂର୍ବ ସହମତିକୁ ବଳପୂର୍ବକ ବଦଳେଇବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ପୂର୍ବ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଗତକାଲି ରାତିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଚୀନ୍‌ର ମଧ୍ୟ ୪୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories