www.samajalive.in
Wednesday, December 10, 2025
18.1 C
Bhubaneswar

କୋଭିଡ-୧୯ ଜାତୀୟ ଆରୋଗ୍ୟ ହାର ୫୨.୭୯%, ୫ଟି ରାଜ୍ୟରେ ୭୨% ରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୫୨.୭୯ ପ୍ରତିଶତରେ ପହଞ୍ଚିଛି ଏବଂ କରୋନା ଭୂତାଣୁ ସଂକ୍ରମିତ ମୋଟ ୧ ଲକ୍ଷ ୮୬ ହଜାର ୯୩୫ ଲୋକ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୯୨୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ, ଦେଶରେ ସକ୍ରିୟ କରୋନା ମାମଲାର ମୋଟ ସଂଖ୍ୟା ହେଉଛି ୧ ଲକ୍ଷ ୫୫ ହଜାର, ୨୨୭।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରୁ ୬୯% ରୁ ଅଧିକ କୋଭିଡ-୧୯ ମାମଲା ଆସିଛି । ଆରୋଗ୍ୟ ହାର ଦୃଷ୍ଟିରୁ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଚଣ୍ଡିଗଡ଼, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଯେଉଁଠାରେ ଆରୋଗ୍ୟ ହାର ହାର ୭୨ ପ୍ରତିଶତରୁ ଅଧିକ। ଭାରତରେ ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠାରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି।

- Advertisement -

ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୦ ହଜାର ୯୭୪ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ମୋଟ କରୋନା ମାମଲାକୁ ୩ ଲକ୍ଷ ୫୪ହଜାର ୬୫କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ସମୁଦାୟ ୨ ହଜାର ତିନି ଜଣଙ୍କର ମୃତ୍ୟୁ ପରେ ସାରା ଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ୯୦୩ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ହାର ୩.୩୬ ପ୍ରତିଶତରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମଆର) କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବୋରେଟୋରୀ ଦ୍ବାରା ମୋଟ ୧ ଲକ୍ଷ ୬୩ ହଜାର ୧୮୭ ଟି କରୋନା ଭୂତାଣୁ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ୟ୍ୟନ୍ତ ୬୦ ଲକ୍ଷ ୮୪ ହଜାର ୨୫୬ ନମୁନା ପରୀକ୍ଷା କରାଯାଇଛି।
ଆଇସିଏମଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ଲାବୋରେଟୋରୀଗୁଡିକୁ ଅନୁମୋଦନ ଦେଇ କୋଭିଡ -୧୯ ପାଇଁ ଏହାର ପରୀକ୍ଷଣ ସୁବିଧାକୁ ବୃଦ୍ଧି କରୁଛି। ବର୍ତ୍ତମାନ ସୁଦ୍ଧା, ଭାରତରେ ସମୁଦାୟ ୯୨୪ ଲାବୋରେଟୋରୀ ମଧ୍ୟରୁ ୬୭୪ ସରକାରୀ ଲାବୋରେଟୋରୀ ଏବଂ ୨୫୦ ବେସରକାରୀ ଲାବୋରେଟୋରୀରେ କୋଭିଡ-୧୯ ନମୁନା ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories