www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ନିୟନ୍ତ୍ରଣ ପାଇଁ ନୂତନ ରଣ କୌଶଳ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି।ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁଧବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ୨ଟି ଘୋଷଣା କରିଛନ୍ତି।

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ବାରା ରାଜ୍ୟର ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କର ରହିବା ବ୍ୟବସ୍ଥା କରାଯିବ। ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଏଠାରେ ରଖାଯିବ। ନମୁନା ପରୀକ୍ଷା ପରେ ଯଦି ପଜିଟିଭ୍ ଆସେ ତେବେ କୋଭିଡ ହସ୍ପିଟାଲକୁ ପଠାଯିବ।

- Advertisement -

ସେହିପରି କୋଭିଡ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବାକୁ ସହର ଓ ଗାଁ ସବୁଠାରେ ୱାର୍ଡ ସ୍ତରୀୟ କମିଟି  ଗଠନ କରାଯିବ। ଏହି କୋଭିଡ ପରିଚାଳନା କମିଟିରେ ୱାର୍ଡ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍, ଏବଂ ଏସଏଚଜିର ମାଆମା​ନେ ରହିବେ। ସହରାଞ୍ଚଳରେ ୱାର୍ଡ କମିଟିଗୁଡିକ ୱାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ଏବଂ ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବକମାନେ ସଦସ୍ୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟବାସୀଭ୍କ ସହଯୋଗରେ ଆମେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତରେ ଅଛୁ ବୋଲି ସେ କହିଛନ୍ତି। ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡିକରେ ୧୦ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରି ଆସିଛନ୍ତି। ଚଳିତ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଲକଡାଉନ ଧିରେ ଧିରେ ଖୋଲୁଛି। ତେଣୁ ଆମକୁ ବର୍ତ୍ତମାନ ଅଧିକ ସଚେତନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories