www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ କରୋନା: ପୁଣି ୩୮୦ ମୃତ, ୧୦ ହଜାର ନିଟକତର ହେଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଭୂତାଣୁ ଥମିବାର ନା ଧରୁନାହିଁ। ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀ ଏଥିରେ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୦ ହଜାର ନିକଟତର ହେଲାଣି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩ ଲକ୍ଷ ୪୩ ହଜାର ୯୧ ଜଣ ସଂକ୍ରମିତ ହୋଇଥିବାବେଳେ ୯୯୦୦ ରୋଗୀଙ୍କ ଜୀବନ ଗଲାଣି। ଗତ ୨୪ ଘଣ୍ଟାରେ ୧୦ ହଜାର ୬୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୩୮୦ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଦେଶରେ ୧ ଲକ୍ଷ ୫୩ ହଜାର ୧୭୮ ଜଣ ସକ୍ରିୟ ରୋଗୀ ରହିଛନ୍ତି। ୧ ଲକ୍ଷ ୮୦ ହଜାର ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋହଗ୍ୟ ହାର ଅଧିକ ଥିବାରୁ ଏହା ଏକପ୍ରକାର ଅଶ୍ଵସ୍ତିକର ବିଷୟ ହୋଇଛି। ଅନ୍ୟପଟେ ମହାରାଷ୍ଟ୍ରରେ ରୋଗୀ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୪୪ରେ ପହଞ୍ଚିଛି। ଏହି ରାଜ୍ୟରେ ୪୧୨୮ ଜଣ ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ପଛକୁ ତାମିଲନାଡୁରେ ୨ୟ ସର୍ବାଧିକ ରୋଗୀ ରହିଛନ୍ତି। ଏଠାରେ ରୋଗୀ ସଂଖ୍ୟା ୪୬ ହଜାର ୫୦୪ରେ ପହଞ୍ଚିଥିବାବେଳେ ୪୭୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ୟରେ ଦିଲ୍ଲୀରେ ୪୨ ହଜାର ୮୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୦୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗୁଜରାଟରେ ରୋଗୀ ସଂଖ୍ୟା ୨୪ ହଜାର ୧୦୪ ଥିବାବେଳେ ୧୫୦୬ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories