www.samajalive.in
Monday, December 8, 2025
13.1 C
Bhubaneswar

ଭାରତର ସବୁଠୁ ବୟସ୍କ କ୍ରିକେଟରଙ୍କ ପରଲୋକ

ମୁମ୍ବଇ: ଭାରତର ସବୁଠାରୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ ଘଟିଛି। ଶନିବାର ଭୋର ସମୟରେ ମୁମ୍ବଇର ବାଲକେଶ୍ଵରସ୍ଥିତ ନିଜ ବାସଭବନରେ ୧୦୦ ବର୍ଷ ବୟସରେ ବସନ୍ତ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଗତ ଜାନୁୟାରୀ ୨୬ରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ସେତେବେଳେ ସଚିନ ତେନ୍ଦୁଲକର ଏବଂ ଷ୍ଟିଭ୍‌ ୱ ତାଙ୍କୁ ଭେଟିବାକୁ ଯାଇଥିଲେ।

ବସନ୍ତଙ୍କର ପତ୍ନୀ ଏବଂ ୨ ଝିଅ ଅଛନ୍ତି। ବସନ୍ତଙ୍କ ଜ୍ଵାଇଁ ନାନାୱଟି କହିଛନ୍ତି, ବାପା ବୃଦ୍ଧାବସ୍ଥା କାରଣରୁ ଦକ୍ଷିଣ ମୁମ୍ବଇର ବାଲକେଶ୍ଵରରେ ନିଜ ଘରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ବସନ୍ତ ରାୟଜୀ ୧୯୪୦ ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୭ ରନ୍‌ କରିଥିଲେ। ସେ ଗୋଟିଏ ଇନିଂସରେ ସର୍ବାଧିକ ୬୮ ରନ୍‌ କରିଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories