www.samajalive.in
Saturday, December 6, 2025
16.1 C
Bhubaneswar

ଏଚସିକ୍ୟୁ ଓ ଆଜିଥ୍ରୋମାଇସିନ ଔଷଧ ମିଶ୍ରଣରେ କରୋନା ଚିକିତ୍ସାର ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ନୂଆ ପନ୍ଥା ଅବଲମ୍ବନ କରିବାକୁ ଯୋଜନା ରଖିଛନ୍ତି। ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ(ଏଚସିକ୍ୟୁ) ଏବଂ ଆଣ୍ଟି-ବାୟୋଟିକ ଆଜିଥ୍ରୋମାଇସିନ ଔଷଧର ମିଶ୍ରଣକୁ ଉପଯୋଗ କରି କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମୀକ୍ଷା କରୁଛି। ଏଥିପାଇଁ ଖୁବଶୀଘ୍ର ସଂଶୋଧିତ କ୍ଲିନିକାଲ ଟ୍ରାଏଲ ସମ୍ବନ୍ଧୀୟ ଗାଇଡଲାଇନ ଜାରି କରାଯିବାର ସମ୍ଭାବନା ରହିଛି।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଶ୍ଵବ୍ୟାପୀ ଏଚସିକ୍ୟୁ ବ୍ୟବହାର ସପକ୍ଷରେ ଏବଂ ବିପକ୍ଷରେ ଦିଆଯାଉଥିବା ମତଗୁଡ଼ିକର ସମୀକ୍ଷା କରୁଛି। ସେ କହିଛନ୍ତି ଯେ, ନିକଟରେ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଆଇସିଏମଆର ଔଷଧ ଉପରେ ନିଜର ମତ ଉପସ୍ଥାପନ କରିଛି। ବର୍ତ୍ତମାନ କେତେକ ଔଷଧରେ କରୋନା ଚିକିତ୍ସା କରିବା ପାଇଁ କୁହାଯାଇଛି। ଏଥିରେ ରେମିଡିସଭିର ଏବଂ ଫାଭିପିରଭିର ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। କରୋନା ଚିକିତ୍ସାରେ ଏଚସିକ୍ୟୁ ବ୍ୟବହାର ଜାରି ରଖିବା ସମ୍ଭାବନା ଅଧିକ, କିନ୍ତୁ ଅନ୍ୟ ଏକ ଔଷଧର ମିଶ୍ରଣ ସହିତ। ମନ୍ତ୍ରଣାଳୟ ଏହା ଉପରେ ନଜର ରଖିଛି ଏବଂ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

- Advertisement -

କରୋନା ପାଇଁ ମାର୍ଚ୍ଚ ୩୧ରେ ସଂଶୋଧିତ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଅନୁସାରେ, ଏଚସିକ୍ୟୁ ଓ ଆଜିଥ୍ରୋମାଇସିନ ମିଶ୍ରଣକୁ ଗୁରୁତର ଅସୁସ୍ଥ ଥିବା ରୋଗୀମାନଙ୍କଠାରେ ବ୍ୟବହାର କରାଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ଏଚସିକ୍ୟୁର ପ୍ରୟୋଗ ପ୍ରଥମେ ୪୦୦ ମିଲିଗ୍ରାମ ଲେଖାଏଁ ଦିନକୁ ଦୁଇଥର, ଏବଂ ଏହା ପରେ ୪ ଦିନ ଲାଗି ୨୦୦ ମିଲିଗ୍ରାମ ଲେଖାଏ ଦିନକୁ ୨ ଥର ରୋଗୀଙ୍କୁ ଦେବାକୁ ସୁପାରିସ କରିଛି। ଏହା ସହିତ ଆଜିଥ୍ରୋମାଇସିନ ଲାଗି ୫ ଦିନ ପାଇଁ ଦିନକୁ ଥରେ ୫୦୦ ମିଲିଗ୍ରାମ ଲେଖାଏ ରୋଗୀଙ୍କୁ ଦେବାକୁ ସୁପାରିସ କରାଯାଇଛି। ତେବେ ୧୨ ବର୍ଷରୁ କମ୍‌ ବୟସ ଏବଂ ଗର୍ଭବତୀମାନଙ୍କ ଲାଗି ଏହି ମିଶ୍ରଣ ଦିଆଯିବ ନାହିଁ ବୋଲି କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories