ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା। ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ଘଡ଼ଘଡାପଲି ଗ୍ରାମକୁ ପାଞ୍ଚ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଉକ୍ତ ଗ୍ରାମ ତିନି ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ଗାଁର ଅଧିକ ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ୫ ଦିନ ପାଇଁ ଉକ୍ତ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମ କୌଣସି ଲୋକ ବାହାର କୁ ନ ଯିବା ପାଇଁ କୁହା ଯାଇଛି ଏବଂ ଗ୍ରାମର ସମସ୍ତ ପ୍ରବେଶ ପଥ କୁ ସିଲ କରିଦିଆଯାଇଛି ।
ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳ କ୍ଷମତା : ୩ ପଜିଟିଭ୍ ଚିହ୍ନଟ ପରେ ଘଡ଼ଘଡାପଲି ଗାଁ ୫ ଦିନପାଇଁ ସଟଡାଉନ୍ ଘୋଷଣା
Popular Categories



