ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଆସନ୍ତା କାଲି ଓଡ଼ିଶା ଫେରିବେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟାରୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାଦ ଅଭିମୁଖେ ଯାଇଛି। ସେଥିରେ ବିଜୟଙ୍କୁ ଅଣାଯିବ। ହାଇଦ୍ରାବାଦରୁ ଫେରିବା ପରେ ସେ ଭୁବନେଶ୍ୱରର ହସ୍ପିଟାଲରେ ରହି ଚିକିତ୍ସିତ ହେବେ ବୋଲି ଜଣାପଡ଼ିଛି। ଦୁଇ ହସ୍ପିଟାଲ ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ସୂଚନା ଯୋଗ୍ୟ, ଗତ ମେ’୨୭ ତାରିଖରେ ଅସୁସ୍ଥ ହୋଇ ହାଇଦ୍ରାବାଦକୁ ଚିକିତ୍ସିତ ହେବା ପାଇଁ ଯାଇଥିଲେ।
Popular Categories



