www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟମାନେ ଚାହିଁଲେ ଭାରତୀୟ ରେଳ ଯୋଗାଇବ ଶ୍ରମିକ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ରାଜ୍ୟଗୁଡିକର ଆବଶ୍ୟକତା ଅନୁସାରେ ପ୍ରବାସୀମାନଙ୍କୁ ନିରାପଦରେ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଘରେ ପହଞ୍ଚାଇବା ନିମନ୍ତେ ଟ୍ରେନ୍ ଯୋଗାଇ ଦିଆଯିବ । ରେଳ ବୋର୍ଡ଼ ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରେଳ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ର ଲେଖିବା ପରେ ବର୍ତ୍ତମାନ ସୁଦ୍ଧା  କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀର ୬୩ଟି ଶ୍ରମିକ ଶ୍ପେଶାଳ ଟ୍ରେନ ପାଇଁ ବରାଦ କରିଛନ୍ତି । ଆନ୍ଧ୍ରପ୍ରଦେଶ ୩ଟି,  ଗୁଜରାଟ ଗୋଟିଏ, ଜମ୍ମୁ କଶ୍ମୀର ୯ଟି, କର୍ଣ୍ଣାଟକ ୬ଟି, କେରଳ ୩୨ଟି, ତାମିଲନାଡୁ ୧୦ଟି ଏବଂ ପଶ୍ଚିମବଙ୍ଗ ୨ଟି ଟ୍ରେନ ବରାଦ କରିଛନ୍ତି । ଉତ୍ତରପ୍ରଦେଶ  ଆବଶ୍ୟକତା ଅନୁସାରେ ବରାଦ କରିବ ।

ରାଜ୍ୟମାନେ ଚାହିଁଲେ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଯୋଗାଇ ଦିଆଯିବ ବୋଲି ରାଜ୍ୟଗୁଡ଼ିକୁ ପତ୍ର ଲେଖିଥିଲେ ରେଳ ବୋର୍ଡ଼ ଅଧ୍ୟକ୍ଷ । ରେଳ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡିକୁ ପତ୍ର ଲେଖି ସେମାନଙ୍କ ଆବଶ୍ୟକତା ମୁତାବକ ଟ୍ରେନ ଓ ରେଳ ଦ୍ଵାରା କେତେ ପ୍ରବାସୀ ଯାତ୍ରା କରିବେ ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଅନୁରୋଧ କରିଥିଲେ । ଭବିଷ୍ୟତରେ ମଧ୍ୟ ଆବଶ୍ୟକ ହେଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳ ପ୍ରତିଶ୍ରୁତି ଦେଇଛି । ଭାରତୀୟ ରେଳ ଏପର୍ଯ୍ୟନ୍ତ ୪୨୭୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ପ୍ରାୟ ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । ଗତ ମେ’ ପହିଲାଠାରୁ ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଚଳାଚଳ କରୁଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories