www.samajalive.in
Saturday, December 13, 2025
15.1 C
Bhubaneswar

ରୁଟି-ପରଟା ବିବାଦ: ୫% ବନାମ ୧୮% ଜିଏସଟିକୁ ନେଇ ଟ୍ବିଟ୍ ଝଡ଼

ବେଙ୍ଗାଲୁରୁ: ରୁଟି ଆଉ ପରଟା ମଧ୍ୟରେ ଫରକ ଅଛି କି ନାହିଁ ତାହା ସମସ୍ତେ ଜାଣନ୍ତି । ଆଉ ଏହି ଫରକକୁ ବ୍ୟାଖା କରିଛନ୍ତି କର୍ଣାଟକ ସରକାର । ରୁଟି ଉପରେ ୫% ଜିଏସଟି ଲଗାଇଥିବାବେଳେ ପରଟା ଉପରେ ଲଗାଇଛନ୍ତି ୧୮% ଜିଏସଟି । ଏହାକୁ ନେଇ ଟ୍ବିଟରରେ ଆରମ୍ଭ ହୋଇଛି ଟ୍ବିଟ୍ ଝଡ଼ । ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି । ଆଇପିଏସ୍ ଅରୁଣ ବୋଥ୍ରାଙ୍କଠାରୁ ଆରମ୍ଭ କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ପର୍ଯ୍ୟନ୍ତ ଏହାକୁ ନେଇ ଟ୍ବିଟ୍ କରିଥିବା ଦେଖିବାକୁ ମିଳିଛି । ସେହିପରି ଟ୍ବିଟରରେ ପରଟା ଟ୍ରେଣ୍ଡ ଆରମ୍ଭ ହୋଇଛି ଏବଂ ଏହାକୁ ବହୁ ୟୁଜର୍ସ ଫଲୋ କରୁଛନ୍ତି ।

- Advertisement -


ଜିଏସଟି ଧାର୍ଯ୍ୟ ସମୟରେ କର୍ଣ୍ଣାଟକ ସରକାରଙ୍କ ଟିକସ ଅଧିକାରୀ ପରଟାକୁ ରୁଟିଠାରୁ ଭିନ୍ନ ବୋଲି ମତ ଦେଇଛି । ଏଥିନିମନ୍ତେ ରୁଟି ଉପରେ ୫% ଜିଏସଟି ଲଗାଇଥିବାବେଳେ ପରଟା ଉପରେ ୧୮% ଟିକସ ଲାଗିଛି । ଏକ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ପରଟାକୁ ସାଦା ଚପାତି, ରୁଟି ଓ ଖାଖରା ପରି ଖାଦ୍ୟ ବର୍ଗରେ ରଖାଯିବାକୁ କରିଥିବା ଆବେଦନକୁ ଟିକସ ଅଧିକାରୀ ଖାରଜ କରି ଦେଇଛନ୍ତି ।

କର୍ତ୍ତୃପକ୍ଷ ଏହାକୁ ବ୍ୟାଖ୍ୟା କରି କହିଛନ୍ତି ଯେ ରୁଟି ଓ ଏହି ବର୍ଗରେ ଆସୁଥିବା ଖାଦ୍ୟ ପଦାର୍ଥ ସମ୍ପୂର୍ଣ୍ଣ ରନ୍ଧାଯାଇଥାଏ । ଏହା ଖାଦ୍ୟ ବର୍ଗର ୧୯୦୫ ଶୀର୍ଷକ ଅନ୍ତର୍ଗତ । ମାତ୍ର ପରଟା ସମ୍ପୂର୍ଣ୍ଣ ରନ୍ଧନ ହେବା ସତ୍ତ୍ବେ ଏହାକୁ ଖାଇବା ପୂର୍ବରୁ ପୁନର୍ବାର ଗରମ ବା ସେକିବାକୁ ପଡ଼ିଥାଏ । ତେଣୁ ଏହାକୁ ରୁଟି ପରି ବର୍ଗରେ ରଖାଯାଇ ପାରିବ ନାହିଁ।


ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ କୌତୂହଳପୂର୍ଣ୍ଣ ଟ୍ବିଟ୍ କରିଛନ୍ତି । ସେ କହିଛନ୍ତି ଯେ ଟିକସ ପଦ୍ଧତିର ଏହି ବ୍ୟବସ୍ଥାରେ ପରଟା ଓ ରୁଟିକୁ ମିଶାଇ ଏକ ନୂତନ କୌଶଳରେ ଖାଦ୍ୟ ‘ପରୋ-ଟିସ୍’ ଉଦ୍ଭାବନ କରି ପାରନ୍ତି । ଏହା ଭାରତୀୟ ଜୁଗାଡ଼ କୌଶଳ ଦ୍ବାରା ସମ୍ଭବ । ଦେଶର ଅନ୍ୟାନ୍ୟ ଆହ୍ବାନ ପରି ଆମେ ପରଟାର ଅସ୍ତିତ୍ବକୁ ନେଇ ଯଦି ଚିନ୍ତିତ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories