www.samajalive.in
Monday, December 8, 2025
24.1 C
Bhubaneswar

ଭୁବନେଶ୍ବର ଏମ୍‌ସର ୪ଡାକ୍ତରଙ୍କୁ କରୋନା

ଭୁବନେଶ୍ବର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ୪ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ଅନ୍ୟ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ୩ ସିନିୟର ରେସିଡେଣ୍ଟ ଡାକ୍ତର ଏକାଠି ରହୁଥିଲେ। ଏଥିନେଇ ଭୁବନେଶ୍ବର ଏମସ୍‌ ନିର୍ଦେଶିକା ବି.ଗୀତାଞ୍ଜଳୀ ସୂଚନା ଦେଇଛନ୍ତି।
୪ ଡାକ୍ତରଙ୍କ କରୋନା ଆକ୍ରାନ୍ତ ହୋଇଥିବା ଖବର ପ୍ରଚାର ହେବା ପରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ରୋଗୀ ଓ ଅଭିଭାବକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏସବୁ ଡାକ୍ତରଙ୍କ ସହିତ ଅନେକ ସଂସ୍ପର୍ଶରେ ଆସିଥିବାରୁ କରୋନା ସଂକ୍ରମଣ ଆଶଙ୍କାରେ ଏମ୍‌ସ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଏମ୍‌ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ଯେ କହିଛନ୍ତି ଭୁବନେଶ୍ବର ଏମ୍‌ସର ୪ଜଣ ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଯେଉଁ ଡାକ୍ତରମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ସେମାନେ ୭ ଦିନ ହେଲା କ୍ବାରେଣ୍ଟାଇନ୍‌ରେ ରହିଥିଲେ। ସେମାନଙ୍କର କୋଭାଡ୍‌-୧୯ ଚିକିତ୍ସା ପାଇଁ ଡ୍ୟୁଟି ପଡ଼ିନଥିଲା। ସରକାରଙ୍କ ନିୟମାନୁସାରେ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ତେବେ ଏମ୍‌ସ ଡାକ୍ତର କରୋନା ଆକ୍ରାନ୍ତ ହେବା ନେଇ କୌଣସି ରୋଗୀ କିମ୍ବା ସେମାନଙ୍କ ଅଭିଭାବକ ଭୟଭିତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ। କରୋନା ଆକ୍ରାନ୍ତଙ୍କ କଣ୍ଟାକ୍‌ ଟ୍ରେସିଂ ଚାଲିଛି ଏବଂ ସରକାରୀ ନିୟମାନୁସାରେ ପଦକ୍ଷେପ ନିଆଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories