www.samajalive.in
Monday, December 8, 2025
24.1 C
Bhubaneswar

ସଟ୍ ଡ଼ାଉନ ‘‘ଗୁଜବ’’: ବିବ୍ରତ ନ ହେବାକୁ ଏସ୍ଆରସିଙ୍କ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ପୁଣି ସଟ୍ ଡ଼ାଉନ ହେବ । ବୁଧବାରଠାରୁ ଶୁକ୍ରବାର ରାଜ୍ୟର ୧୧ ଜିଲାରେ ସଟ୍ ଡ଼ାଉନ କରାଯିବ। ଏପରି ଏକ ଗୁଜବ ମଙ୍ଗଳବାର ସନ୍ଧ୍ୟାରେ ଲୋକଙ୍କୁ ବିବ୍ରତ କରିଛି । କେଉଁଠି କିଛି ଖବର ନାହିଁ, କିନ୍ତୁ ସଟ୍ ଡ଼ାଉନ ବଢ଼ିବା ନେଇ ଚର୍ଚା ଚାଲିଛି । ଲୋକମାନେ ଟିଭିକୁ ଚାହିଁ ବସୁଛନ୍ତି, କାଳେ କିଛି ଖବର ଆସିବ । ସଟ୍ ଡ଼ାଉନ ଆଶଙ୍କାରେ କିଛି ଲୋକ ତ ରଜ ପାଇଁ କିଣାକିଣି କରିବାକୁ ପଦାକୁ ବାହାରି ପଡ଼ିଛନ୍ତି । ରାସ୍ତାଘାଟରେ ପ୍ରବଳ ଭିଡ଼ । ନା ମୁହଁରେ ଅଛି ମାସ୍କ, ନା କେହି ମାନୁଛନ୍ତି ସାମାଜିକ ଦୂରତା । ସଟ୍ ଡ଼ାଉନ ଆଶଙ୍କା କରି ଲୋକମାନେ ବିବ୍ରତ ହୋଇ ପଡ଼ିଛନ୍ତି ।

କିଛି ଲୋକ ତ ବିଭିନ୍ନ ଗଣମାଧ୍ୟମ କାର୍ଯ୍ୟାଳୟକୁ ଫୋନ୍ କରି ସଟ୍ ବୁଧବାରଠାରୁ ୩ ଦିନିଆ ସଟ୍ ଡ଼ାଉନ କରାଯିବ ଓ ସପ୍ତାହାନ୍ତ ଶନିବାର-ରବିବାରକୁ ମିଶାଇ ମୋଟ ୫ ଦିନ ସଟ୍ ଡ଼ାଉନ ହେବ ବୋଲି ଖବର ଥିବା ପ୍ରଶ୍ନ କରୁଛନ୍ତି । ଏ ସମ୍ପର୍କରେ କିଛି ଲୋକ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନଙ୍କୁ ମଧ୍ୟ ଟ୍ବିଟ୍ କରି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।

- Advertisement -

ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କିଛି ଯୋଜନା ନ ଥିବା ସୂଚନା ମିଳିଛି । ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଜଣେ ବ୍ୟକ୍ତି କରିଥିବା ଟ୍ବିଟରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ୧୧ ଜିଲାରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ଦୁଇଦିନ ସଟ୍ ଡ଼ାଉନ ଲାଗୁ କରିଛନ୍ତି ଓ ଏହା ଭିନ୍ନ ଅନ୍ୟ ଦିନରେ ସଟ୍ ଡ଼ାଉନ କରାଯିବା ଯୋଜନା ନାହିଁ ବୋଲି ସେ କହିଛନ୍ତି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories