www.samajalive.in
Wednesday, December 10, 2025
26.1 C
Bhubaneswar

ଧୋନିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କଲେ ହୋଲଡିଂ

ନୂଆଦିଲ୍ଲୀ : ୨୦୧୯ କ୍ରିକେଟ୍‌ ବିଶ୍ବକପ୍‌ରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତକୁ ଜିତାଇବାକୁ ବ୍ୟାଟିଂ କରୁଥିବା ମହେନ୍ଦ୍ର ସିଂହ ଧୋନି ଆଦୌ ଉଦ୍ୟମ କରିନଥିଲେ ବୋଲି କେତେକ ମହଲରେ ମତପ୍ରକାଶ ପାଇଥିଲା।
ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ନିଜ ପୁସ୍ତକରେ ଧୋନି ଭାରତକୁ ବିଜୟୀ କରାଇବାକୁ ଉଦ୍ୟମ କରିନଥିବା ଦର୍ଶାଇଥିବା ବେଳେ ପାକିସ୍ତାନର କେତେକ ପୂର୍ବତନ କ୍ରିକେଟର୍‌ ମଧ୍ୟ ଭାରତୀୟ ଦଳ ଜାଣିଶୁଣି ମ୍ୟାଚ୍‌ ହାରିଥିଲା ବୋଲି ମତ ଦେଇଥିଲେ। ତେବେ ଶନିବାର ଧୋନିଙ୍କ ସପକ୍ଷରେ ମତ ଦେଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ମାଇକେଲ୍‌ ହୋଲଡିଂ। ଧୋନି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ବିଜୟୀ କରାଇବାକୁ ଉଦ୍ୟମ କରିଥିଲେ ବୋଲି ହୋଲଡିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories