www.samajalive.in
Saturday, December 13, 2025
17.1 C
Bhubaneswar

ଛାତରୁ ଖସିଲା ପ୍ଲାଷ୍ଟର: ଅଳ୍ପକେ ବର୍ତ୍ତିଲେ ପ୍ରାଣୀସମ୍ପଦ କର୍ମଚାରୀ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଠାରେ ଥିବା ଗୋଷ୍ଠୀ ପ୍ରାଣୀସମ୍ପଦ ଚିକିତ୍ସାଳୟର ଡ଼ାକ୍ତର ଓ ୨ଜଣ କର୍ମଚାରୀ ଅପରାହ୍ନ ସମୟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଡ଼ାକ୍ତର ସୌରଭ ମିଶ୍ର, କର୍ମଚାରୀ ଦୀପକ ମହାପାତ୍ର ଓ ବିଶ୍ୱଜିତ ମହାପାତ୍ର କାର୍ଯ୍ୟାଳୟରେ ଥିବା ବେଳେ ବାରଣ୍ଡା ଛାତରୁ ଏକ ବିରାଟ ଅଂଶର ପ୍ଲାଷ୍ଟର ଖସିଥିଲା। ଭାଗ୍ୟ ବଶତଃ ଏହି ସମୟରେ ଉପରୋକ୍ତ ତିନିଜଣଙ୍କ ସହିତ କୌଣସି ଚାଷୀ ବାରଣ୍ଡାରେ ନଥିଲେ। ୧୯୫୬ ମସିହାରୁ ସ୍ଥାପିତ ଏହି ଚିକିତ୍ସାଳୟ ପାଇଁ ପ୍ରଥମେ ଆଜବେଷ୍ଟସ ଘର ନିର୍ମାଣ ହୋଇଥିଲା। ଏହି ଗୋଷ୍ଠୀ ପ୍ରାଣୀସମ୍ପଦ ଚିକିତ୍ସାଳୟ ଅଧୀନରେ ସାନକେରକୋ ପ୍ରାଣୀ ସମ୍ପଦ ଚିକିତ୍ସାଳୟ ଓ ୧୫ଟି ପ୍ରାଣୀଧନ ସହାୟକ କେନ୍ଦ୍ର କାର୍ଯ୍ୟ କରିବା ଆରମ୍ଭ ହୋଇଥିଲା। ତେବେ ଆଜବେଷ୍ଟସ ଘରଟି ବିପଦ ସଙ୍କୁଳ ହେବାରୁ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ଉଦ୍ୟମରେ ୨୦୦୮ ମସିହାରେ ଆଜବେଷ୍ଟସ ଗୃହଟି ମରାମତି କରାଯାଇ ଛାତ ପକାଯାଇଥିଲା। ପରନ୍ତୁ ୧୨ବର୍ଷ ମଧ୍ୟରେ ତା’ର ମରାମତି ବା ରକ୍ଷଣାବେକ୍ଷଣ ଅଭାବରୁ ଚିକତ୍ସାଳୟର ଏହି କାର୍ଯ୍ୟାଳୟ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ଏନେଇ ବାରମ୍ବାର ଅବଗତ ପରେ ଏକ ନୂତନ ଅଫିସଗୃହ ନିର୍ମାଣ ପାଇଁ ବିଭାଗକୁ ପ୍ରସ୍ତାବ ଯାଇଛି। ଯାହାର ଫାଇଲ ନାଲିଫିତା ତଳେ ପଡ଼ି ରହିଛି। ତେବେ ଛାତରୁ ପ୍ଲାଷ୍ଟର ଖସିବା ପରେ କାର୍ଯ୍ୟରତ ଡ଼ାକ୍ତର ଓ କର୍ମଚାରୀ ଏବଂ ଚିକତ୍ସାଳୟକୁ ଆସୁଥିବା ଜନସାଧାରଣ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଯଥାଶୀଘ୍ର ଅଫିସଗୃହକୁ ବିପଦ ସଙ୍କୁଳ ଘୋଷଣା କରି ବିକଳ୍ପ ଘରକୁ ଅଫିସ ସ୍ଥାନାନ୍ତର ସାଙ୍ଗକୁ ନୂତନ ଅଫିସ କୋଠାଘର ନିର୍ମାଣ ପାଇଁ ବଡ଼ସାହି ଜୋନ କଂଗ୍ରେସ ସଭାପତି ଶଶାଙ୍କ ଶେଖର କର ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories