www.samajalive.in
Monday, December 8, 2025
27.1 C
Bhubaneswar

ସାଂସଦ ଭୂଲିଲେ ’ସାମାଜିକ ଦୂରତା’: ଥାନାରେ ମାମଲା, ଜୋରିମାନା ଦେଲେ ୧୦୦ ଟଙ୍କା

ଭୁବନେଶ୍ବର: କରୋନା କଟକଣା ନ ମାନିବା ଏବଂ ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ସାଂସଦ ଏହାକୁ ସ୍ବୀକାର କରିବା ସହ  ନିଜଆଡ଼ୁ ଜୋରିମାନା ପ୍ରଦାନ କରିଛନ୍ତି ।
କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ସାଙ୍ଗକୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଓ ଜନଗହଳି ସ୍ଥାନକୁ ଯିବା ପାଇଁ କଟକଣା ଜାରି କରାଯାଇଛି।  ତେବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କରେନା କଟକଣା ଉଲ୍ଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏଥିନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ କ୍ୟାପିଟାଲ୍‌ ଥାନାରେ ମାମଲା ରୁଜୁ ହୋଇଛି। ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରୁ ଭୁବନେଶ୍ୱର ଆସିବା ପରେ କରୋନା କଟକଣା ନମାନି ବିଜେପି କର୍ମୀମାନଙ୍କ ସହ ମିଳାମିଶା କରିଛନ୍ତି। ସାମାଜିକ ଦୂରତା ପାଳନ କରିନାହାନ୍ତି ଏବଂ ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି। ଏହାର ଫଟୋ ଉଠାଇ ସେ ସୋସିଆଲ ମିଡିଆରେ ତାହା ଛାଡିଛନ୍ତି।
ଏହାସହିତ ଦଳୀୟ ସଂଗଠନ ସଜାଡିବାକୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ। ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନି ନ ଥିଲେ କିମ୍ବା ମୁହଁରେ ମାସ୍କ ପିନ୍ଧି ନ ଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ସରକାର କରୋନା ମୁକାବିଲା ପାଇଁ ସଚେତନତା ଅଭିଯାନ କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଶାସକ ଦଳର ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଙ୍ଘନ କରିବା ଦ୍ବାରା ସମାଜରେ ଭୁଲ ବାର୍ତ୍ତା ଯାଉଛି। ତେଣୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଥିବା ଅଭିଯୋଗକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲିକ ସମିମ୍ ଅଖତର ପ୍ରକାଶ କରିଛନ୍ତି। ଅପରପକ୍ଷରେ ସାମାଜିକ ଦୂରତାକୁ ପାଳନ କରି ନ ଥିବାରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଆଡୁ ୧୦୦ଟଙ୍କା ଜରିମାନା ଦେଇଥିବା ସୂଚନା ମିଳିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories