www.samajalive.in
Thursday, December 11, 2025
14.1 C
Bhubaneswar

ଶ୍ରମ ଦିବସ ୮ଘଣ୍ଟା ହ୍ରାସ, ପ୍ରବାସୀ ଶ୍ରମିକଙ୍କ ପାଇଁ ମାଗଣା ଖାଦ୍ୟ ଦାବିରେ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ପଦଯାତ୍ରା

ଭୁବନେଶ୍ୱର: ଶ୍ରମ ଦିବସ ଅବଧି ୮ଘଣ୍ଟାକୁ ହ୍ରାସ ଏବଂ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଓ ସେମାନେ କିଭଳି ନିଜ ଗ୍ରାମକୁ ଯାଇପାରିବେ ସେଥିପାଇଁ ଗାଡ଼ି ବ୍ୟବସ୍ଥା ଓ କର୍ମସଂସ୍ଥାନ ଲାଗି ନିଯୁକ୍ତି ସୁଯୋଗ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପଦଯାତ୍ରା ଅଂଶଗ୍ରହଣକାରୀ କହିଛନ୍ତି ଯେ କୌଣସି ପୂର୍ବ ପ୍ରସ୍ତୁତି ବିନା ଦେଶରେ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍ ଡାଉନ୍ ଲାଗୁ କରି ସରକାର ଦେଶର ତଥା କୋଟିକୋଟି ଶ୍ରମଜୀବୀଙ୍କର ଜୀବନ ଦୂର୍ବୀସହ କରିଦେଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ଶ୍ରମଜୀବୀମାନେ ରୋଜଗାର ହରାଇବା ସହ ଭୋକ ଶୋଷରେ କୌଣସି ସରକାରୀ ସହାୟତା ବିନା ପାଦରେ ଚାଲି ଚାଲି, ସାଇକେଲ ବା ଟ୍ରକ ଡାଲାରେ ବିପଦଶଙ୍କୁଳ ଭାବେ ହଜାର ହଜାର କିଲୋମିଟର ଅତିକ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀ ତଥା ସୁପ୍ରିମକୋର୍ଟଙ୍କ ‘କେହି ଭୋକ ପେଟରେ ଚାଲିବେ ବା ସାଇକେଲରେ ଯିବେ ନାହିଁ’ ନିର୍ଦେଶ ଥିବା ସତ୍ତ୍ବେ ବାସ୍ତବତା ହେଉଛି, ଆଜି ବି ହଜାର ହଜାର ଲୋକେ ଦେଶର ଏ କୋଣରୁ ସେ କୋଣ ଯାଏ ଚାଲିବାରେ ଲଗିଛନ୍ତି। ଶ୍ରମିକ ସ୍ପେଶାଲ ଟ୍ରେନସବୁ ଦିଗହରା ହୋଇଛନ୍ତି। ଶ୍ରମଜୀବୀଙ୍କର ଏହି ବିପଦ ସମୟରେ ଓଡ଼ିଶା ସମେତ ବିଭିନ୍ନ ସରକାରମାନେ ଦିନକର ଶ୍ରମ ଅବଧି ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବଢ଼ାଇ ଦେଇଛନ୍ତି। ବିଭିନ୍ନ ରାଜ୍ୟର ସରକାରଙ୍କ ଏହି ଅମାନବୀୟ କାର୍ଯ୍ୟକଳାପକୁ ବିରୋଧ କରି ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଉତ୍କଳ ଖଦି ମଣ୍ଡଳ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ, ସର୍ବୋଦୟ, ଲୋହିଆ ଏକାଡେମୀ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ଆଦି ଗାନ୍ଧୀ ବିଚାରର ସଂଗଠନମାନଙ୍କ ପକ୍ଷରୁ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଆମ ରାଜ୍ୟ ତଥା ରାଜ୍ୟ ବାହାରର ଯେଉଁ ମଣିଷ ଓଡ଼ିଶା ମଧ୍ୟ ଦେଇ ଯାଉଛନ୍ତି, ସରକାର ନିଜ ବାକ୍ୟ ରକ୍ଷା କରି ତୁରନ୍ତ ବିଭିନ୍ନ ସ୍ଥାନରେ ମାଗଣା ଖାଦ୍ୟର ବ୍ୟବସ୍ଥା କରିବା ସହ ଗାଡିର ବ୍ୟବସ୍ଥା କରିବାକୁ ସଂଗଠନମାନଙ୍କ ପକ୍ଷରୁ ଦାବି କରାହୋଇଛି। ଶ୍ରମ ଦିବସର ଅବଧି ପୁର୍ବପରି ଆଠ ଘଣ୍ଟାକୁ କମାଇବା, ରାଜ୍ୟକୁ ଫେରି ଆସିଥିବା ଶ୍ରମିକମାନଙ୍କ ପାଇଁ ଗାଁ ଗାଁରେ ଗ୍ରାମସ୍ୱରାଜ୍ୟ ଭିତ୍ତିରେ କାମ ସୃଷ୍ଟି କରିବା ପ୍ରଭୃତି ଦାବୀ କରାହୋଇଛି । ଏହି ପଦଯାତ୍ରାରେ ଡ଼ାଃ ବିଶ୍ୱଜିତ, ଶୈଳଜ ରବି, ବୈଷ୍ଣବ ଦାସ, ଦେବ ପ୍ରସାଦ ରାୟ, ସନ୍ଧ୍ୟାରାଣୀ ମଲ୍ଲିକ, ଦେବରଞ୍ଜନ, ପ୍ରଦୀପ୍ତ ନାୟକ,ମାନସ ପଟ୍ଟନାୟକ, ବିରୂପାକ୍ଷ ତ୍ରିପାଠୀ, ସୁଶାନ୍ତ କୁମାର ମହାନ୍ତି, ଅଶୋକ ନାୟକ, କଲ୍ୟାଣ ଆନନ୍ଦ,ଆନନ୍ଦ ବେହେରା, କେଦାର ନାୟକ, ହରିହର ସେନ, ପ୍ରସାଦ ନାୟକ, ସତ୍ୟନାରାୟଣ ମଲ୍ଲିକ, ବିଶ୍ୱଭୂଷଣ ମହାପାତ୍ର, ବିରଞ୍ଚି ନାରାୟଣ ଗାହାଣ, ନକୁଳ ଚନ୍ଦ୍ର ସାହୁ, ଅଲିଭା ଦାଶ ପ୍ରମୁଖ ଭୁବନେଶ୍ୱରର ବାଣୀବିହାର ଠାରୁ କଟକ ପର୍ଯ୍ୟନ୍ତ ସାମିଲ ହୋଇଥିଲେ। ଏହି ପଦଯାତ୍ରୀମାନଙ୍କୁ ସମର୍ଥନ କରି ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ଚାଷୀ ନେତା ସୁରେଶ ପାଣିଗ୍ରାହୀ, ସ୍ତମ୍ଭକାର ସତୀଶ ମିଶ୍ର, ସାମାଜିକ କର୍ମୀ ସନ୍ଦୀପ ପଟ୍ଟନାୟକ, ଚାଷୀ ନେତା ଶୁଭେନ୍ଦୁ ମଲ୍ଲିକ, ସାମାଜିକ କର୍ମୀ ସୌମ୍ୟରଞ୍ଜନ ନାୟକ, ସାମାଜିକ କର୍ମୀ ସୌମ୍ୟରଞ୍ଜନ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories