www.samajalive.in
Saturday, December 13, 2025
17.1 C
Bhubaneswar

ଆଧ୍ୟାତ୍ମିକ ବିଶ୍ୱାସରେ କରୋନାକୁ ହରେଇବା ପ୍ରୟାସ ; ୭୧ଦିନ ହେଲା ଚାଲିଛି ହୋମଯଜ୍ଞ

ଭୁବନେଶ୍ୱର : ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣଜନିତ ଭୟକୁ ଦୂର କରିବା ସମଗ୍ର ବିଶ୍ୱପାଇଁ ଏକ ବିଷମୟ ପରିସ୍ଥିତି ସୃଷ୍ଟି କରିଛି। ମାରାତ୍ମକ ଭୂତାଣୁ କୋଭିଡ଼-୧୯ ଦୁର୍ବଳ ହେବାର ନାଁ ହିଁ ଧରୁନି। ସମଗ୍ର ରାଷ୍ଟ୍ରକୁ ତାଲାବନ୍ଦୀ କରି ରଖିଛି ଏହି ଶକ୍ତିଶାଳୀ ଭୂତାଣୁ। ଚିନ୍ତାର ବିଷୟ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭ୍ୟାକ୍‍ସିନ୍‍ ମଧ୍ୟ ଏହାର ଉପଚାର ପାଇଁ ଖୋଜା ଯାଇପାରି ନାହିଁ। ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ କିଛି ସୁଫଳ ଦେଇପାରି ନାହାନ୍ତି। ଭୟଙ୍କର ଭୂତାଣୁ କରୋନକୁ ଶକ୍ତିହୀନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି। ସଚେତନତା, ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ ଏହାର ବୃଦ୍ଧିକୁ ରୋକିବା ପାଇଁ। ଏଭଳି ସମୟରେ ନା କେବଳ ଘରେ ରହି, ମାତ୍ର ଘରେ ହୋମ ଯଜ୍ଞର ଆୟୋଜନ କରି ଦୀର୍ଘ ୭୧ ଦିନ ହେଲା ପରିବେଶକୁ ପବିତ୍ର ଓ ଭୂତାଣୁମୁକ୍ତ କରିବାର ଅଭିନବ ପ୍ରୟାସ କରିଆସୁଛନ୍ତି ଭୁବନେଶ୍ୱର ଲୁମ୍ବିନୀ ବିହାରସ୍ଥିତ ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା। ବିଜ୍ଞାନ, ଟେକ୍ନୋଲୋଜି ଯେଉଁଠି ହାରିଯାଇଛି, ସେଇଠି ନିଜର ଗଭୀର ଆତ୍ମବିଶ୍ୱାସ ଏବଂ ପ୍ରୟାସ ଦ୍ୱାରା କରୋନା କବଳରୁ ପୃଥିବୀକୁ ମୁକ୍ତ କରିବାର ତାଙ୍କର ଏହି ଚେଷ୍ଟା ନିଶ୍ଚୟ ସ୍ୱାଗତଯୋଗ୍ୟ। ବିଶ୍ୱବାସୀଙ୍କ ରକ୍ଷା ପାଇଁ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଧୈର୍ଯ୍ୟ ନ ହରାଇ ଭଗବାନଙ୍କ ନିକଟରେ ପୂଜା, ହୋମ ଓ ପ୍ରାର୍ଥନା ଦ୍ୱାରା ଏ ଭୟଙ୍କର ବ୍ୟାଧି ଦୁର୍ବଳ ହେବ ବୋଲି ରହିଛି ତାଙ୍କର ଅଗାଧ ବିଶ୍ୱାସ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଜନତା କର୍ଫୁ ଜାରି ହେବାଦିନଠାରୁ ଆଜିଯାଏଁ ସପରିବାର ପ୍ରତ୍ୟହ ସକାଳ ୮ଟାରୁ ୧୦ଟା ଯାଏ, ସେ ଏ ହୋମଯଜ୍ଞ କରୁଛନ୍ତି। ଏହା ସହିତ ସେ ଜରୁରୀକାଳୀନ ସେବାରେ ନିୟୋଜିତ ସ୍ୱାସ୍ଥ୍ୟର୍କମୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସବାହିନୀ ଏବଂ ସଫେଇକର୍ମୀଙ୍କ ସୁରକ୍ଷା ଓ ସୁସ୍ଥତା କାମନା କରୁଛନ୍ତି ବୋଲି ଜଣେଇଛନ୍ତି। ଲକ୍‍ଡାଉନ୍‍ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏ ହୋମଯଜ୍ଞ ଜାରି ରହିବାର ସୂଚନା ବାସ୍ତବରେ ତାଙ୍କର ଧୈର୍ଯ୍ୟ, ନିଃସ୍ୱାର୍ଥପର ଜନସେବା ଓ ଭଗବତ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତୀୟ ସଂସ୍କୃତିକୁ ଅନୁସରଣ କରି ହ୍ୱାଇଙ୍କ ହାଉସ୍‍ ପ୍ରାଙ୍ଗଣରେ ତାଙ୍କ ଦେଶବାସୀଙ୍କ ଶାନ୍ତିପାଠର ଆୟୋଜନ କରିଥିଲେ ସଂସ୍କୃତିର ମହାନତାକୁ ପ୍ରମାଣିତ କରିଥିଲେ। ସ୍ପେନ୍‍ର ଏକ ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ଆମ ଭାରତୀୟ ସଂସ୍କୃତିକୁ ଅବଲମ୍ବନ କରି ‘ଓଁ’ ମନ୍ତ୍ରର ଉଚ୍ଚାର କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ମନ୍ତ୍ରର ଜପ ଦ୍ୱାରା ମନ ସ୍ଥିର ଓ ଶାନ୍ତ ହୁଏ, ଯାହା କରୋନା କାଳରେ ଲୋକଙ୍କ ମନକୁ ଭୟମୁକ୍ତ କରିବାରେ ସହାୟକ ହୋଇପାରିବ ବୋଲି ତାଙ୍କର ବିଶ୍ୱାସ ରହିଛି। କହିବା ବାହୁଲ୍ୟ ଭକ୍ତି ଓ ଭଗବତ ବିଶ୍ୱାସ ହିଁ ଏବେ ଶେଷ ଆଶ୍ରା ବୋଲି କୁହାଯାଇପାରେ। ବହୁତ ଗୁଡ଼ିଏ ରାଷ୍ଟ୍ର ଏଭଳି ସମୟରେ ଭକ୍ତି ଓ ଆଧ୍ୟାତ୍ମିକ ମନୋବୃତ୍ତି ନେଇ ଦୁନିଆକୁ କରୋନାମୁକ୍ତ କରିବାର ପ୍ରୟାସ କରୁଥିବା ବେଳେ ଶ୍ରୀମତୀ ନିବେଦିତାଙ୍କର ଏହି ଆସ୍ଥା ଓ ବିଶ୍ୱାସର ଚେଷ୍ଟା ସାମ୍ପ୍ରତିକ ପରିସ୍ଥିତିରେ ଏକ ଉଦାହରଣ ସାଜିଛି।
ଶ୍ରୀମତୀ ନିବେଦିତା ଲେଙ୍କା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories