www.samajalive.in
Monday, December 8, 2025
27.1 C
Bhubaneswar

ସଂଗରୋଧ କେନ୍ଦ୍ର କହା ପାଇଁ ? ୭ ପରିବାରଙ୍କ ଗଛମୂଳ ପାଲଟିଛି ସଂଗରୋଧ କେନ୍ଦ୍ର

ବଙ୍ଗୋମୁଣ୍ଡା  : କରୋନା ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ସଂଗରୋଧ କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା କାହା ପାଇଁ ତାହା ନେଇ ପ୍ରଶ୍ନ ଉଠିଛି ? ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ଫେରାଇ ଆଣି ସଂଗରୋଧ କେନ୍ଦ୍ରରେ ରଖାଯିବା ନେଇ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ସଂଗରୋଧ କେନ୍ଦ୍ରକୁ ପଞ୍ଚାୟତ ପକ୍ଷରୁ ରଖିବାର ବ୍ୟବସ୍ଥା କରା ନ ଯିବା ସହ ଗାଁ ଭିତକେ ପୁରାଇ ଦିଆଯାଇ ନ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଗଛମୂଳ ପାଲଟିଛି ସଂଗରୋଧ କେନ୍ଦ୍ର। ପ୍ରବାସୀ ଶ୍ରମିକମାନେ ଛୁଆ ପିଲା, ଡେକଚି , ମାଠିଆ ଧରି ବର୍ଷା, କାକର ଆଉ ଝାଂଜି ଖରାରେ ଦୟନୀୟ ଜୀବନ ବଞ୍ଚୁଥିବାର ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ପଞ୍ଚାୟତରେ ।

ବିରିପାଲି ଗ୍ରାମର ସତନାମୀ ପଡାର ୭ ଟି ପରିବାରର ୩୦ଜଣ ଲୋକ ହାଇଦ୍ରାବାଦରୁ ଇଟା ଗଢ଼ିବାକୁ ଯାଇଥିଲେ। ଗତ ୨୭ ତାରିଖରେ ସେମାନେ ଗାଁକୁ ଫେରି ପଞ୍ଚାୟତର ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଜାଗା ନାହିଁ, ତୁମ ଜମିରେ ଯାଇ ରୁହ ବୋଲି ସରପଞ୍ଚଙ୍କ କହିଥିବା ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ୱାର୍ଡ ସଭ୍ୟ ଜୟ ସତନାମୀ କହିଛନ୍ତି । ଏପରିକି ସରପଞ୍ଚ ଏମାନଙ୍କୁ ଦେଖିବାକୁ ମଧ୍ୟ ଆସି ନ ଥିବା କହିଛନ୍ତି। ଖରା ,ବର୍ଷାରେ ଏହି ପରିବାର ଭୋକ ଉପାସରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏମାନଙ୍କ ଦୟନୀୟ ଚିତ୍ର ସରକାରୀ ବ୍ୟବସ୍ଥାର ବିପର୍ଯ୍ୟୟର ନମୁନା ।

- Advertisement -

ସେହିପରି ଏହି ପଞ୍ଚାୟତର ବେଡାପରା ଗ୍ରାମର ୨ ପରିବାରର ୧୨ ଜଣ, ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ୭ ଦିନ ରହି ଘରକୁ ଫେରିଥିବା ବେଳେ ବିରୋଧର ସମ୍ମୁଖୀନ ହେବା ସହିତ ହୋମ କ୍ୱାରାଣ୍ଟାଇନ ବ୍ୟବସ୍ଥା ନ ଥିବାରୁ ଗଛମୂଳେ ଅସୁରକ୍ଷିତ ଭାବରେ ରହୁଛନ୍ତି। ରକ୍ତ ନମୁନା ପରୀକ୍ଷା କରାନଯାଇ ସଂଗରୋଧ କେନ୍ଦ୍ରରୁ ଛାଡି ଦେଇଥିବାରୁ ବିରୋଧର ସମ୍ମୁଖୀନ ହୋଇଥିଲା। ବାଧ୍ୟ ହୋଇ ନିଜ ଜମିରେ ଅସୁରକ୍ଷିତ ଭାବେ ଗଛ ମୂଳେ ରହୁଛନ୍ତି । ତେଲେଙ୍ଗାନାକୁ ଇଟା ଗଢିବା ପାଇଁ ଯାଇ ଫେରିଥିବା ଶ୍ୟାମସୁନ୍ଦର ରଣା, ଏବଂ ଧୁବଳେ ରଣାଙ୍କ ପରିବାରର ୧୨ ଜଣ ସଦସ୍ୟ । ଗତ ୨୧ତାରିଖରେ ରେ ଫେରି ପଞ୍ଚାୟତ ସଂଗରୋଧ କେନ୍ଦ୍ର ରେ ୭ଦିନ ରହି ଗଛମୂଳେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଛୋଟ ଛୋଟ ପିଲା ଏବଂ ମହିଳାଙ୍କ ସହ ଅସୁରକ୍ଷିତ ଭାବେ ରହୁଥିବା ବେଳେ ଏମାନଙ୍କ ପାଇଁ ଖାଦ୍ୟ ପେୟର ମଧ୍ୟ ବ୍ୟବସ୍ଥା ହୋଇପାରୁନାହିଁ  । ଶ୍ରମିକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଶ୍ରମିକ ମାନେ ଗଛ ମୂଳେ ଦୟନୀୟ ଭାବେ ରହୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି । ଏହି ପଞ୍ଚାୟତରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କ ରକ୍ତ ନମୁନା ପଜିଟିଭ ବାହାରିଥିବା ବେଳେ ସଂଗରୋଧ କେନ୍ଦ୍ର ସଠିକ ପରିଚାଳନା ହୋଇ ନ ପାରିବା ପ୍ରଶାସନର ବିଫଳତାକୁ ଦର୍ଶାଉଛି ।  ଏନେଇ  ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories