www.samajalive.in
Thursday, December 11, 2025
15.1 C
Bhubaneswar

ଆସାମରେ ବନ୍ୟା : ୬ ମୃତ, ୩.୭ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି : ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆସାମରେ ବନ୍ୟା ଆସିବା ଯୋଗୁ ୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ତା’ଛଡା ୩.୭ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିବା ଜଣାପଡିଛି। କୃଷକ, ମତ୍ସ୍ୟଜୀବୀଙ୍କ ସମେତ ଏଥିରେ କ୍ଷତିଗସ୍ତଙ୍କ ପାଇଁ ସରକାର ସହାୟତା ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କରୋନା ସଂକଟ ଜାରିରହିଥିବା ବେଳେ ରାଜ୍ୟରେ ବନ୍ୟା ଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ନଳବାରୀ, ଗୋଲପଡା, ନଗାଓଁ, ହାଜୋଇ, ପଶ୍ଚିମ କାର୍ବି ଆଙ୍ଗଲଙ୍ଗ, ତିନିସୁକିଆ ରହିଛି। ବନ୍ୟା ଯୋଗୁ କୃଷି ପ୍ରଭାବିତ ହୋଇଥିବାରୁ କୃଷକଙ୍କ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘୋଷଣା କରିଛନ୍ତି। କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ସହାୟତା ପ୍ରଦାନ କରାଯିବ। ଏବେ ନଦୀରେ ଜଳସ୍ତର କମୁଛି। ପ୍ରଭାବିତଙ୍କୁ ବିଭିନ୍ନ ରିଲିଫ କ୍ୟାମ୍ପରେ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories